ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ ଷ୍ଟିକର । ପଲ୍ୟୁସନ କରିଥିବା ଗାଡିରେ ଲଗାଇପାରିବେ ଲୋକେ । ଏନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଆରଟିଓମାନଙ୍କରେ ଗ୍ରୀନ ଷ୍ଟିକର ପ୍ରଦାନ କରାଯିବ । ତେବେ ଯେଉଁମାନଙ୍କର ପଲ୍ୟୁସନ ସାର୍ଟିଫିକେଟ ରହିଛି ସେମାନେ ଏହି ଗ୍ରୀନ ଷ୍ଟିକର ନେଇପାରିବେ ବୋଲି ବିଜ୍ଞପ୍ତିପରେ କୁହାଯାଇଛି ।
ତେବେ ଯେଉଁମାନେ ୧୦ ତାରିଖ ପରେ ପଲ୍ୟୁସନ ସାର୍ଟିଫିକେଟ କରିବେ ସେମାନଙ୍କୁ ପିୟୁସିସି ସେଣ୍ଟରରେ ଗ୍ରୀନ ଷ୍ଟିକର ମିଳିବ ।
ତେବେ ଏନେଇ ଆରଟିଓ ଅଫିସରେ ଏକ ସ୍ପେସାଲ ସେଣ୍ଟର ଖୋଲିବ । ତେବେ ଗ୍ରୀନ ଷ୍ଟିକର ଦିଆଯିବା ପୂର୍ବରୁ ପଲ୍ୟୁସନ ସାର୍ଟିଫିକେଟ, ଆରସି ତଥା ଗାଡ଼ିର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବ । ତେବେ ଆରଟିଓ ଅଫିସ ଯାଇ ଗ୍ରୀନ ଷ୍ଟିକର ଆଣିବା ସମୟରେ ଅରିଜିନାଲ ପିୟୁସିସି କପି, ଆରସି ଏବଂ ପରିଚୟ ପତ୍ର ଦେଖାଇବାକୁ ହେବ । ଯଦି ଗାଡି ମାଲିକଙ୍କ ବିନା ଅନ୍ୟ କେହି ଯାଇ ଗ୍ରୀନ ଷ୍ଟିକର ଆଣନ୍ତି ତେବେ ଗାଡି ମାଲିକଙ୍କ ଅଥରାଇଜ ଦେଖାଇବାକୁ ହେବ । ତେବେ ଗ୍ରୀନ ଷ୍ଟିକର ମାରିବା କୌଣସି ବାଧ୍ୟତାମୂଳକ ନୁହେଁ କେବଳ ଚେକିଂ ସମୟରେ ହିଁ ସହଜରେ ହୋଇପାରିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |