ପରିବେଶ ଅନୁକୂଳ ସରକାରୀ ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ସକାଶେ ରାଜ୍ୟରେ ଆଉ ୬୦୦ଟି ନୂଆ ଇଲେକ୍ଟ୍ରିକ ବସ୍ ପ୍ରଚଳନ କରାଯିବ। ରାଜ୍ୟ ଗୃହନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ଜନସାଧାରଣଙ୍କ ସୁଗମ ପରିବହନ ନିମନ୍ତେ ଆଉ ଏକ ହଜାର ଇ-ବସ୍ର ଆବଶ୍ୟକତା ରହିଛି।
ସେଥିମଧ୍ୟରୁ ରାଜ୍ୟ ସରକାର ୨୦୦ଟି ଖୁବ୍ଶୀଘ୍ର ଆହରଣ କରିବେ। ଆଉ ୪୦୦ ଇ-ବସ୍ କେନ୍ଦ୍ର ସରକାର ଯୋଗାଇଦେବେ। ପ୍ରଥମ ପର୍ଯ୍ୟାୟରେ ୨୫ଟି ଇ-ବସ୍ ସମ୍ବଲପୁର ସହରରେ ଚଳାଚଳ କରିବ । ଏହାପରେ ଝାରସୁଗୁଡ଼ା, କେନ୍ଦୁଝର, ବ୍ରହ୍ମପୁର ଓ ଅନୁଗୋଳରେ ଇ-ବସ୍ ସେବା ଆରମ୍ଭ ହେବ। ଆମ ବସ୍ ଅଧୀନରେ ଏହିସବୁ ବସ୍ ପରିଚାଳନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଜନସାଧାରଣଙ୍କ ସୁଗମ ପରିବହନ ନିମନ୍ତେ ଆଉ ଏକ ହଜାର ଇ-ବସ୍ର ଆବଶ୍ୟକତା ରହିଛି। ସେଥିମଧ୍ୟରୁ ରାଜ୍ୟ ସରକାର ୨୦୦ଟି ଖୁବ୍ଶୀଘ୍ର ଆହରଣ କରିବେ। ଆଉ ୪୦୦ ଇ-ବସ୍ କେନ୍ଦ୍ର ସରକାର ଯୋଗାଇଦେବେ। ପ୍ରଥମ ପର୍ଯ୍ୟାୟରେ ୨୫ଟି ଇ-ବସ୍ ସମ୍ବଲପୁର ସହରରେ ଚଳାଚଳ କରିବ । ଏହାପରେ ଝାରସୁଗୁଡ଼ା, କେନ୍ଦୁଝର, ବ୍ରହ୍ମପୁର ଓ ଅନୁଗୋଳରେ ଇ-ବସ୍ ସେବା ଆରମ୍ଭ ହେବ। ଆମ ବସ୍ ଅଧୀନରେ ଏହିସବୁ ବସ୍ ପରିଚାଳନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

More Stories
ଧାନ ଇନ୍ପୁଟ୍ ଆସିଷ୍ଟାଣ୍ଟରେ ୬୯ଟଙ୍କା ହ୍ରାସ, ଚାଷୀ ଅସନ୍ତୋଷ |
ଶବ ସତ୍କାର ପାଇଁ ଯାଇ ନିଜେ ଶବ ପାଲଟିଗଲେ ଯୁବକ |
ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ