ପରିବେଶ ଅନୁକୂଳ ସରକାରୀ ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ସକାଶେ ରାଜ୍ୟରେ ଆଉ ୬୦୦ଟି ନୂଆ ଇଲେକ୍ଟ୍ରିକ ବସ୍ ପ୍ରଚଳନ କରାଯିବ। ରାଜ୍ୟ ଗୃହନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ଜନସାଧାରଣଙ୍କ ସୁଗମ ପରିବହନ ନିମନ୍ତେ ଆଉ ଏକ ହଜାର ଇ-ବସ୍ର ଆବଶ୍ୟକତା ରହିଛି।
ସେଥିମଧ୍ୟରୁ ରାଜ୍ୟ ସରକାର ୨୦୦ଟି ଖୁବ୍ଶୀଘ୍ର ଆହରଣ କରିବେ। ଆଉ ୪୦୦ ଇ-ବସ୍ କେନ୍ଦ୍ର ସରକାର ଯୋଗାଇଦେବେ। ପ୍ରଥମ ପର୍ଯ୍ୟାୟରେ ୨୫ଟି ଇ-ବସ୍ ସମ୍ବଲପୁର ସହରରେ ଚଳାଚଳ କରିବ । ଏହାପରେ ଝାରସୁଗୁଡ଼ା, କେନ୍ଦୁଝର, ବ୍ରହ୍ମପୁର ଓ ଅନୁଗୋଳରେ ଇ-ବସ୍ ସେବା ଆରମ୍ଭ ହେବ। ଆମ ବସ୍ ଅଧୀନରେ ଏହିସବୁ ବସ୍ ପରିଚାଳନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଜନସାଧାରଣଙ୍କ ସୁଗମ ପରିବହନ ନିମନ୍ତେ ଆଉ ଏକ ହଜାର ଇ-ବସ୍ର ଆବଶ୍ୟକତା ରହିଛି। ସେଥିମଧ୍ୟରୁ ରାଜ୍ୟ ସରକାର ୨୦୦ଟି ଖୁବ୍ଶୀଘ୍ର ଆହରଣ କରିବେ। ଆଉ ୪୦୦ ଇ-ବସ୍ କେନ୍ଦ୍ର ସରକାର ଯୋଗାଇଦେବେ। ପ୍ରଥମ ପର୍ଯ୍ୟାୟରେ ୨୫ଟି ଇ-ବସ୍ ସମ୍ବଲପୁର ସହରରେ ଚଳାଚଳ କରିବ । ଏହାପରେ ଝାରସୁଗୁଡ଼ା, କେନ୍ଦୁଝର, ବ୍ରହ୍ମପୁର ଓ ଅନୁଗୋଳରେ ଇ-ବସ୍ ସେବା ଆରମ୍ଭ ହେବ। ଆମ ବସ୍ ଅଧୀନରେ ଏହିସବୁ ବସ୍ ପରିଚାଳନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

More Stories
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ହାରେକା ସାହାରା ପରିବାର ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ।
ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ