January 25, 2026

Now Odisha

Now Odisha

ବୋମା ଯାଞ୍ଚ ପରେ ସ୍ଵାଭାବିକ ହେଲା ହାଇକୋର୍ଟ କାର୍ଯ୍ୟ  |

Spread the love

ଭୁବନେଶ୍ୱର, ୦୮/୦୧ : ହାଇକୋର୍ଟ ସମ୍ବଲପୁର ଓ ଦେବଗଡ ଜିଲ୍ଲା କୋର୍ଟରେ ସ୍ଵାଭାବିକ ହେଲା କାର୍ଯ୍ୟ। ବମ୍ ସ୍କ୍ଵାଡ୍, ଡଗ୍ ସ୍କ୍ଵାଡ୍ ଓ ପୁଲିସର ଯାଞ୍ଚ ପରେ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇଛି। ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ସମେତ ଆଉ ୩ ବିଚାରପତି ଶୁଣାଣି ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଯାଇଛି, ସିଏମ୍ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତ

କୋର୍ଟ ପରିସର ସମ୍ପୂର୍ଣ୍ଣ ସୁରକ୍ଷିତ। କେହି ଭୟଭୀତ ହୁଅନ୍ତୁ ନାହିଁ। ଡିଜିପି ମୁଖ୍ୟ ବିଚାରପତିଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ମେଲ୍ ତାମିଲନାଡୁରୁ ଜେନେରେଟ୍ ହୋଇଛି।

ଏହାକୁ ନେଇ ବିଚଳିତ ହେବା ଦରକାର ନାହିଁ। ଏବେ କୋର୍ଟ କାର୍ଯ୍ୟ କରିବାରେ କୌଣସି ଅସୁବିଧା ନାହିଁ। ଆଜି ସକାଳୁ ହାଇକୋର୍ଟରେ ପୂର୍ବ ଭଳି କାର୍ଯ୍ୟ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଆଇନୀଜୀବୀଙ୍କ ସଂଖ୍ୟା ବଢିବା ଆରମ୍ଭ ହୋଇଥିଲା।

ସକାଳ ପ୍ରାୟ ୧୨ଟା ସମୟରେ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିବା ପ୍ରଚାର ହୋଇଥିଲା। ଏହି ଇମେଲ୍ ରେ ବୋମା ଧମକ ଦିଆଯାଇଥିବା ଜଣାପଡ଼ିଥିଲା। ଏହାପରେ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ରାଜ୍ୟର ୩ଟି କୋର୍ଟ କଟକ ଜିଲା କୋର୍ଟ, ସମ୍ବଲପୁର କୋର୍ଟ ଓ ଦେବଗଡ କୋର୍ଟକୁ ବୋମା ଧମକ ଦିଆଯାଇଥିଲା ।

ଏକ ବେନାମୀ ଇ-ମେଲ୍‌ ଜରିଆରେ ଧମକ ଆସିବା ପରେ ପୁଲିସ ଗୁରୁତର ସହ ନେଇ ତୁରନ୍ତ ଯାଞ୍ଚ ଆରମ୍ଭ କରିଥିଲା । ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଆସିଥିଲେ। ଅଧଘଣ୍ଟା ଭିତରେ ପୁରା କୋର୍ଟ ପରିସର ଖାଲି ହୋଇଯାଇଥିଲା। କୋର୍ଟ ପରିସରରେ ଖାନତଲାସୀ କରାଯାଇଥିଲା।

ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ କୋର୍ଟ ପରିସରରେ ତନାଘନା କରିଥିଲେ। ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ କରାଯାଇଥିଲା। ହେଲେ କୋର୍ଟ ପରିସରରୁ କୌଣସି ବିସ୍ଫୋରକ ମିଳିନାହିଁ। ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଘଟଣା ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ପୁଲିସ ଡିଜି ୱାଇ.ବି ଖୁରାନିଆଙ୍କ ସହ ଘଟଣାର ସବିଶେଷ ବିବରଣୀ ହାସଲ କରିବା ସହ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରିଛନ୍ତି। ଆଜି ସନ୍ଧ୍ୟାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ।

error: Content is protected !!