ନୂଆଦିଲ୍ଲୀ ; ୮/୧ : ଭାରତ ଗସ୍ତରେ ଆସିଛି ନ୍ୟୁଜିଲାଣ୍ଡ । ଜାନୁୟାରୀ ୧୧ରୁ ଆରମ୍ଭ ହେବାକୁ ଦିନିକିଆ ସିରିଜ୍ । ଏହାପରେ ଟି-୨୦ ଖେଳାଯିବ । ତେବେ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତକୁ ଲାଗିଛି ଝଟକା । ଭାରତୀୟ ଦଳର ଷ୍ଟାର ଖେଳାଳି ତିଲକ ବର୍ମା ପ୍ରଥମ ତିନୋଟି ଟି-୨୦ରୁ ବାଦ୍ ପଡ଼ିଛନ୍ତି । ଜାନୁୟାରୀ ୭ ତାରିଖରେ ତାଙ୍କର ଅପରେସନ ହୋଇଛି ।
ଏବେ ସେ ସୁସ୍ଥ ଅଛନ୍ତି । ଏଣୁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ତିନି ଟି-୨୦ ଖେଳିବେନି । ବିସିସିଆଇ ପକ୍ଷରୁ ଏଭଳି ସୂଚନା ମିଳିଛି । ତେବେ ସେ ଶେଷ ଦୁଇଟି ଟି-୨୦ ଖେଳିପାରନ୍ତି । ଯଦି ସେ ସୁସ୍ଥ ହେବେ ତାହେଲେ ତାଙ୍କୁ ଦଳରେ ଖେଳିବାର ସୁଯୋଗ ମିଳିପାରେ ।
ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିବାବେଳେ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ଘରେ ସେ ବିଶ୍ରାମ ନେଉଛନ୍ତି । ଶୁକ୍ରବାର ସେ ହାଇଦ୍ରାବାଦ ଯିବେ । ଶରିରୀକଭାବେ ସୁସ୍ଥ ହେବା ପରେ ଅଭ୍ୟାସକୁ ଫେରିବେ ବୋଲି ଡାକ୍ତର କହିଛନ୍ତି । ପ୍ରଥମ ତିନୋଟି ଟି-୨୦ରୁ ସେ ବାଦ ପଡ଼ିଥିବାବେଳେ ଶେଷ ଦୁଇଟି ମ୍ୟାଚ ଖେଳିବା ତାଙ୍କ ସୁସ୍ଥତା ଉପରେ ନିର୍ଭର କରେ । ତାଙ୍କ ଅନୁପସ୍ଥିତି ଦଳ ପାଇଁ କ୍ଷତି ପହଞ୍ଚାଇବ ନିଶ୍ଚିତ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଭାବେ ତାଙ୍କ ପ୍ରଦର୍ଶନ ଦଳକୁ ବହୁ ଲାଭ ହେଉଛି । ଏସୀଆ କପ ଫାଇନାଲରେ ତାଙ୍କ ଭୂମିକା କଣ ରହିଥିଲା ତାହା ସମସ୍ତଙ୍କୁ ବେଶ ଭଲଭାବେ ଜଣା । ତେବେ ଫ୍ୟାନ୍ସମାନେ ପ୍ରାର୍ଥନା କରିଛନ୍ତି କି, ସେ ଶୀଘ୍ର ସୁସ୍ଥ ହୋଇ ଦଳକୁ ଫେରନ୍ତୁ । କାରଣ ଆଗକୁ ଟି-୨୦ ବିଶ୍ବକପ ଖେଳାଯିବ । ଦଳରେ ତାଙ୍କ ଉପସ୍ଥିତି ବହୁତ ଗୁରୁତ୍ବ ବହନ କରିବ ।

More Stories
ସୋମବାରଠୁ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ !
ତାଣ୍ଡବ ରଚୁଛି ଇରାନର କ୍ଲଷ୍ଟର୍ ବମ୍ ମିସାଇଲ, ଛାନିଆ ଇସ୍ରାଏଲ- ଆମେରିକା
ଭୀଷଣ ହେବାରେ ଲାଗିଛି ଇରାନ-ଇସ୍ରାଏଲ ଯୁଦ୍ଧ, ଆମେରିକାର ଆକ୍ରମଣ ଜାରି, ପାଲଟା ମିସାଇଲ ମାଡ଼ କରୁଛି ତେହେରାନ |