ରାଉରକେଲା: ଭୁବନେଶ୍ୱରରୁ ରାଉରକେଲାକୁ ଆସୁଥିବା ଏକ ୯ ସିଟ୍ ବିଶିଷ୍ଟ ଛୋଟ ବିମାନ ରାଉରକେଲା ନିକଟବର୍ତ୍ତୀ ଜଲଦା କାଏଁସର ଗ୍ରାମର ଏକ ପଡ଼ିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟିରେ ଯାନ୍ତ୍ରିକ ତ୍ରୁଟି ହେବାରୁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ସମେତ ମୋଟ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି। ବିମାନଟି ହଠାତ୍ ତଳକୁ ଖସି ପଡ଼ିବା ପରେ ଘଟଣାସ୍ଥଳରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁର୍ଘଟଣାର ଖବର ପାଇ ନିକଟସ୍ଥ ଗ୍ରାମବାସୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସହାୟତା କରିଥିଲେ।
ଖବର ପାଇ ଜଲଦା, ରଘୁନାଥପାଲି ଓ ଲାଠିକଟା ଥାନାର ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାକୁ ପଠାଇଥିଲେ। ଆହତମାନଙ୍କ ଚିକିତ୍ସା ଚାଲିଥିବା ବେଳେ ସମସ୍ତଙ୍କ ଅବସ୍ଥା ସ୍ଥିର ଓ ବିପଦମୁକ୍ତ ଥିବା ସୂଚନା ମିଳିଛି।
ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ଯେ, ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ହେତୁ ଏଭଳି ଦୁର୍ଘଟଣା ଘଟିଛି। ଭଗବାନଙ୍କ ଆଶୀର୍ବାଦରୁ କାହାରି ଜୀବନହାନି ହୋଇନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଘଟଣାର ଗୁରୁତ୍ୱକୁ ନଜରରେ ରଖି ରାଉରକେଲା ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଆଲୋଚନା କରିଥିବା ଜଣାପଡ଼ିଛି।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |