ବିପଦସଙ୍କୁଳ ଅବସ୍ଥାରେ ମଧ୍ୟାହ୍ନ ଭୋଜନ ରୋଷେଇ । ସରକାର ବିଦ୍ୟାଳୟ ହେଉ କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ରରେ ରନ୍ଧା ଖାଦ୍ୟ ଯୋଗାଇବା ସହ ସମସ୍ତ ପ୍ରକାର ସରଞ୍ଜାମ ଯୋଗାଇ ଦେଉଛନ୍ତି । ହେଲେ ବିପଦସଙ୍କୁଳ ଅବସ୍ଥାରେ ରୋଷେଇ କରି ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ଦେଉଛନ୍ତି ପାଚିକା । ଗଜପତି ଜିଲ୍ଲା ମୋହନାର ଏକ ସ୍କୁଲରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।
ଏଠି ସରକାର ଛାତ୍ରଛାତ୍ରୀଙ୍କୁ କୋଟିକୋଟି ଟଙ୍କା ବ୍ୟୟରେ ମାଗଣା ରନ୍ଧା ଖାଦ୍ୟ ଦେଉଛନ୍ତି । ରାନ୍ଧିବାକୁ ଗ୍ୟାସ୍ ଚୁଲା ମଧ୍ୟ ଯୋଗାଉଛନ୍ତି । ହେଲେ ଏହି ଗ୍ୟାସ୍ ଚୂଲା କେତେ କାର୍ଯ୍ୟକାରୀ ହେଉଛି ସେଚିତ୍ର ସମସ୍ତଙ୍କ ସାମ୍ନାରେ ।
ଜିଲ୍ଲାରେ ଏମିତି ଗୋଟିଏ ମଧ୍ୟ ବିଦ୍ୟାଳୟ ନାହିଁ ଯେଉଁଠି ଗ୍ୟାସ୍ ଚୂଲା ଅଛି । ବାଧ୍ୟ ହୋଇ ବିପଦସଙ୍କୁଳ ଅବସ୍ଥାରେ ପାଚିକାମାନେ ରୋଷେଇ କରି ଛାତ୍ରଛାତ୍ରୀଙ୍କୁ ଖାଇବା ରାନ୍ଧି ଦେଉଛନ୍ତି । ଅଧିକାଂଶ ବିଦ୍ୟାଳୟରେ ଗ୍ୟାସ୍ ସିଲିଣ୍ଡର୍ ଓ ଚୂଲା ପଡ଼ି ପଡ଼ି ନଷ୍ଟ ହେବାକୁ ବି ଲାଗିଲାଣି । ଏନେଇ ପ୍ରଧାନ ଶିକ୍ଷକଙ୍କୁ ପଚାରିବାକୁ କହିଛନ୍ତି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସରକାର ରୋଷେଇ କରିବା ଦାୟିତ୍ୱ ଦେଇଛନ୍ତି । ଆମର ସେଥିରେ କୌଣସି ଭୂମିକା ନାହିଁ । ଅନ୍ୟପଟେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପଚାରିଲେ, କାଠରେ ରୋଷେଇ କରିଲେ ଶସ୍ତା ପଡୁଛି ଓ ପ୍ରଧାନ ଶିକ୍ଷକ ମାନେ ଗ୍ୟାସ୍ ସିଲିଣ୍ଡର୍ ଭରି କରି ଦେଉନଥିବା ଅଭିଯୋଗ କରିଛନ୍ତି ।ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, କିଛି ବିଦ୍ୟାଳୟରେ ଗ୍ୟାସ ଚୂଲା ମଧ୍ୟ ଦିଆଯାଇନାହିଁ । ଏଠି ପ୍ରଶ୍ନ ଉଠୁଛି ସରକାର ନିରାପଦରେ ରହି ରୋଷେଇ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଥିବା ବେଳେ କାହିଁକି ଏଭଳି ପାଚିକାମାନଙ୍କୁ ଜଳନ୍ତା ନିଆଁରେ ଠେଲି ଦିଆଯାଉଛି ?ରାଜ୍ୟ ସରକାର ଗୋଟିଏ ପଟେ ପ୍ରଦୂଷଣ ମୁକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନେଉଥିବା ବେଳେ ବିଦ୍ୟାଳୟରେ କାହିଁକି କାଠ ମାଧ୍ୟମରେ ରୋଷେଇ କରି ପ୍ରଦୂଷଣକୁ ବଢ଼ାଯାଉଛି, ତାହା ଏକ ଚିନ୍ତାର ବିଷୟ ପାଲଟିଛି । ସରକାର ପ୍ରାଥମିକ ବିଦ୍ୟାଳୟକୁ ଜାଳେଣି ବାବଦକୁ ୭୬ ପଇସା ଦେଉଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏକ ଟଙ୍କା ଦେଉଛନ୍ତି । ଏତେ କମ ଟଙ୍କାରେ ରନ୍ଧନ ଗ୍ୟାସରେ ରୋଷେଇ କରି ଦେବା ସମ୍ଭବ ହୋଇ ପାରୁନଥିବା ମଧ୍ୟ କିଛି ଗ୍ରୁପ ମହିଳା କହିଛନ୍ତି ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |