ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ SBI ନିଜର ଏଟିଏମ୍ କାରବାର ଶୁଳ୍କରେ ବୃଦ୍ଧି କରିଛି। ମାଗଣା ସୀମା ଶେଷ ହେବା ପରେ ଅନ୍ୟ ବ୍ୟାଙ୍କର ଏଟିଏମ୍ ବ୍ୟବହାର କଲେ ଗ୍ରାହକଙ୍କୁ ଏବେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଇଣ୍ଟରଚେଞ୍ଜ୍ ଫି’ ବୃଦ୍ଧି ହେବା କାରଣରୁ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି।ତେବେ ସାଧାରଣ ସଞ୍ଚୟ ଖାତା ଗ୍ରାହକମାନେ ପୂର୍ବଭଳି ପ୍ରତି ମାସରେ ଅନ୍ୟ ବ୍ୟାଙ୍କ ଏଟିଏମ୍ରୁ ୫ଟି ମାଗଣା କାରବାର କରିପାରିବେ।ଏହି ସୀମା ପରେ ନୂଆ ଶୁଳ୍କ ଲାଗୁ ହେବ। ପୂର୍ବରୁ ଦରମା ଆକାଉଣ୍ଟଧାରୀଙ୍କ ପାଇଁ ଅନ୍ୟ ବ୍ୟାଙ୍କ ଏଟିଏମ୍ରେ ଅସୀମିତ ମାଗଣା କାରବାର ସୁବିଧା ଥିଲା। ଏବେ ଏହାକୁ ମାସିକ ୧୦ଟି ମାଗଣା କାରବାରକୁ ସୀମିତ କରାଯାଇଛି।

More Stories
ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା
ଅନାସ୍ଥା ଆସିବା ପରେ ମୁହଁ ଖୋଲିଲେ ଚାମେଲି
ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ