January 25, 2026

Now Odisha

Now Odisha

କାରରେ ନାବାଳିକାଙ୍କୁ ବଳାତ୍କାର ଘଟଣା: ୪୮ଘଣ୍ଟା ବିତିଲା, ପୋଲିସ ହାତ ଖାଲି***

Spread the love

 
–କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ ୫ରେ ଗଣେଶ ଭସାଣି ଦେଖିବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିଲା। ଏହି ଘଟଣାକୁ ଇତି ମଧ୍ୟରେ ୭୨ ଘଣ୍ଟା ବିତିଯାଇଛି। ପରିବାର ଲୋକଙ୍କ ଏତଲା ଦେବା ଓ ପୋଲିସ ମାମଲା ରୁଜୁ କରିବାର ଇତି ମଧ୍ୟରେ ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ବିଫଳ ହୋଇଛି। ଫଳରେ ପୋଲିସର ପାରିବାପଣିଆକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି। ଅଭିଯୁକ୍ତଙ୍କୁ ପୋଲିସ ଟିମ ଖୋଜାଖୋଜି କରୁଥିଲେ ମଧ୍ୟ ପୋଲିସ ହାତ ଖାଲି ରହିଛି। ପୋଲିସ ବିଭିନ୍ନ ଦିଗର ସାହାଯ୍ୟ ନେଇ ଅଭିଯୁକ୍ତଙ୍କୁ ଧରିବାକୁ ଆପ୍ରାଣ ଉଦ୍ୟମ ଚଳାଇଥିବା ଓ ଏକାଧିକ ଟିମ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି।
ପ୍ରକାଶ ଯେ, ଶୁକ୍ରବାର ସନ୍ଧ୍ୟାରେ ଦାରିଙ୍ଗବାଡି ଅଞ୍ଚଳରେ ଗଣେଶ ଭସାଣି ମେଢ଼ ଦେଖିବାକୁ ଜଣେ ନାବାଳିକା ଯାଇଥିଲେ ଭସାଣି ସରିଲା ଓ ପ୍ରସାଦ ସେବନ ସାରି ତାଙ୍କ ସମ୍ପର୍କୀୟଙ୍କ ଘରେ ଡ୍ରେସ ଜ୍ୟାକେଟ ରଖିଥିଲେ। ପରେ ସେ ଘରକୁ ଯିବା ସମୟରେ ଜଣେ ବିବାହିତ ପୁରୁଷ ଏକ କାରରେ ଆସି ନାବାଳିକାଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିଲେ ଏବଂ ଦାରିଙ୍ଗବାଡି ସହର ବାହାରକୁ ନେଇ ତାଙ୍କୁ ବଳାତ୍କାର କରୁଥିଲେ। ନାବାଳିକା ପ୍ରତିବାଦ କରିବାରୁ ତାଙ୍କ ଚୁଟି ଘୋଷା’ ଗୁରୁତର ଆହତ କରିଥିବା ନାବାଳିକାଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ। ଏଭଳି ଘଟଣା ଦାରିଙ୍ଗବାଡି ଅଞ୍ଚଳରେ ପ୍ରଥମଥର ପାଇଁ ହୋଇଥିବାରୁ ଏବେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠୁଥିବା ଜଣାପଡିଛି।

error: Content is protected !!