୨୦୧୭ରେ ହ୍ରିତିକ ରୋଶନ ଓ ୟାମି ଗୌତମ ଅଭିନୀତ କାବିଲ ଫିଲ୍ମ ଭଲ ବ୍ୟବସାୟ କରିବା ସହ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଅନ୍ଧ ଚରିତ୍ରରେ ହ୍ରିିତିକଙ୍କ ଭୂମିକା ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଦୀର୍ଘ ଦିନ ପରେ ଏହାର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କୁ ଜଣେ ୟୁଜର କାବିଲର ସୀକ୍ୱେଲ କେବେ ଆସିବ ବୋଲି ପ୍ରଶ୍ନ କରିଥିଲେ ।
ସଞ୍ଜୟ ଏହାର ଉତରରେ ଲେଖିଥିଲେ ଏହା ଏଥର ଆହୁରି ଭୟଙ୍କର ଓ ମାରାତ୍ମକ ହେବ । ୟୁଜର୍ସଙ୍କ ସମେତ ଅନ୍ୟମାନେ ମଧ୍ୟ କାବିଲ ସୀକ୍ୱେଲ ଆସିବ ବୋଲି ଭାବି ନେଇଥିଲେ ।
ତାଙ୍କର ଏହି ପୋଷ୍ଟ ଭାଇରାଲ ମଧ୍ୟ ହୋଇଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ସଞ୍ଜୟ ତାଙ୍କ ଟୁଇଟକୁ ଡିଲିଟ କରି ଦେଇଥିଲେ । ସେ କଣ ପାଇଁ ଏହାକୁ ଡିଲିଟ କଲେ ତାହା ଜଣାପଡି ନାହିଁ । ପ୍ରଶଂସକମାନେ କାବୀଲ ଫିଲ୍ମର ସୀକ୍ୱେଲ ଆସିବା ନେଇ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି । ଫିଲ୍ମ ଆରମ୍ଭ ହେବ କି ନାହିଁ ସେଥିପାଇଁ ପ୍ରଶଂସକଙ୍କୁ ଅପେକ୍ଷା କରିବାକୁ ପଡିବ ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |