୨୦୧୭ରେ ହ୍ରିତିକ ରୋଶନ ଓ ୟାମି ଗୌତମ ଅଭିନୀତ କାବିଲ ଫିଲ୍ମ ଭଲ ବ୍ୟବସାୟ କରିବା ସହ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଅନ୍ଧ ଚରିତ୍ରରେ ହ୍ରିିତିକଙ୍କ ଭୂମିକା ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଦୀର୍ଘ ଦିନ ପରେ ଏହାର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କୁ ଜଣେ ୟୁଜର କାବିଲର ସୀକ୍ୱେଲ କେବେ ଆସିବ ବୋଲି ପ୍ରଶ୍ନ କରିଥିଲେ ।
ସଞ୍ଜୟ ଏହାର ଉତରରେ ଲେଖିଥିଲେ ଏହା ଏଥର ଆହୁରି ଭୟଙ୍କର ଓ ମାରାତ୍ମକ ହେବ । ୟୁଜର୍ସଙ୍କ ସମେତ ଅନ୍ୟମାନେ ମଧ୍ୟ କାବିଲ ସୀକ୍ୱେଲ ଆସିବ ବୋଲି ଭାବି ନେଇଥିଲେ ।
ତାଙ୍କର ଏହି ପୋଷ୍ଟ ଭାଇରାଲ ମଧ୍ୟ ହୋଇଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ସଞ୍ଜୟ ତାଙ୍କ ଟୁଇଟକୁ ଡିଲିଟ କରି ଦେଇଥିଲେ । ସେ କଣ ପାଇଁ ଏହାକୁ ଡିଲିଟ କଲେ ତାହା ଜଣାପଡି ନାହିଁ । ପ୍ରଶଂସକମାନେ କାବୀଲ ଫିଲ୍ମର ସୀକ୍ୱେଲ ଆସିବା ନେଇ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି । ଫିଲ୍ମ ଆରମ୍ଭ ହେବ କି ନାହିଁ ସେଥିପାଇଁ ପ୍ରଶଂସକଙ୍କୁ ଅପେକ୍ଷା କରିବାକୁ ପଡିବ ।

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “