ଝାଡ଼ଖଣ୍ଡ ର କୋଡ଼ରମା ଜିଲ୍ଲା ମରକଚୋ ଥାନା ଅନ୍ତର୍ଗତ ନାୱାଡିହର ବାହାଦୁରପୁର ଗାଁ ନିକଟରେ ଥିବା ଏକ ବିସ୍ଫୋରକ ଗୋଦାମରୁ ବହୁ ପରିମାଣର ଜିଲୋଟିନ୍ ପାଉଡ଼ର ଲୁଟ୍ ହୋଇଛି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ବିସ୍ଫୋରକ ଗୋଦାମଟି ୨୦୧୬ ମସିହାରୁ ନକ୍ସଲଙ୍କୁ ବିସ୍ଫୋରକ ଯୋଗାଣ ମାମଲାରେ ସିଲ୍ ହୋଇ ରହିଥିଲା।
ସୂଚନା ଅନୁସାରେ, ଘନଜଙ୍ଗଲ ମଧ୍ୟରେ ଥିବା ବାରୁଦ ଗୋଦାମର ମୁଖ୍ୟଦ୍ୱାରରେ ଦୁଇଟି ତାଲା ଲଗାଯାଇଥିଲା। ଦୁର୍ବୃତ୍ତମାନେ ଗୋଟିଏ ତାଲା ଭାଙ୍ଗି ଓ ଅନ୍ୟଟିକୁ ଗ୍ୟାସ୍ କଟର୍ ସାହାଯ୍ୟରେ କାଟି ଭିତରକୁ ପ୍ରବେଶ କରିଥିବା ସୂଚନା ମିଳିଛି। ଭିତରେ ରଖାଯାଇଥିବା ୭୮ ପେଟିରୁ ୨୧ ପେଟି ଜିଲୋଟିନ୍ ପାଉଡ଼ର ସେମାନେ ନେଇ ଯାଇଛନ୍ତି।

More Stories
ଚାଷ ଜମିରେ ଚିଙ୍ଗୁଡ଼ି ଚାଷକୁ ଗ୍ରାମବାସୀଙ୍କ ବିରୋଧ |
ମେ’ ୪ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ କାଳବୈଶାଖୀ
ଟ୍ରେଲରକୁ ପିଟିଲା ଯାତ୍ରୀବାହୀ ବସ୍; ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ସଙ୍କଟାପନ୍ନ ଅନେକ ଯାତ୍ରୀ