ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ


ଶ୍ରୀ ଘୃ୍ଷ୍ଣେଶ୍ୱର ଜ୍ୟୋତିର୍ଲିଙ୍ଗ ଔରଙ୍ଗାବାଦ ମହାରାଷ୍ଟ୍ର ମହାପ୍ରଭୁ ଶ୍ରୀ ଘୃ୍ଷ୍ଣେଶ୍ୱରଙ୍କ ନାମର ଅର୍ଥ ସମ୍ବେଦନଶୀଳ l ସେ ଆଶୁତୋଷ, ଭକ୍ତ ଦୁଃଖହାରୀ l ଏହା ବିଶ୍ୱପ୍ରସିଦ୍ଧ ଏଲୋରା ଗୁମ୍ଫା ଠାରୁ ମାତ୍ର ଏକ କିମି ଦୂର lଛତ୍ରପତି ଶିବାଜୀଙ୍କ ପିତାମହ ବେରୁଲର ମାଲୋଜି ଭୋସଁଲା ଧ୍ୱସ୍ତପ୍ରାୟ ମନ୍ଦିରଟିକୁ ପୁନଃନିର୍ମାଣ କରିଥିଲେ l ଇନ୍ଦୋର ମହାରାଣୀ ଅହଲ୍ୟା ବାଇ ହୋଲକାର ଅଷ୍ଟାଦଶ ଶତାବ୍ଦୀରେ ଏହାକୁ ସମ୍ପୂର୍ଣ୍ଣ କରିଥିଲେ l ସେହି ମହିୟସୀ ମହିଳା କାଶୀ ବିଶ୍ୱନାଥ ମନ୍ଦିର , ଗୟାର ବିଷ୍ଣୁ ମନ୍ଦିର ଓ ସୋମନାଥ ମନ୍ଦିରକୁ ମଧ୍ୟ ନିର୍ମାଣ କରିଥିଲେ lଏହା ଏକ ଶିଵ ମନ୍ଦିର ହେଲେ ମଧ୍ୟ ଏଠାରେ ପାର୍ଶ୍ଵ ଦେବତା ମାନେ ହେଉଛନ୍ତି ବିଷ୍ଣୁଙ୍କର ଦଶାବତାର l ଶିଵପୁରାଣ ଅନୁସାରେ ଏଠାରେ ଶିଵ ଅନ୍ଧକାସୁରକୁ ବଧ କରିଥିଲେ l ତାଙ୍କର ଆତ୍ମଜ ବୀରଭଦ୍ରଙ୍କୁ ଦକ୍ଷ ଯଜ୍ଞ ଧ୍ବଂସ ପରେ ଏହି ତୀର୍ଥରେ ବାସ କରିବାକୁ ଆଜ୍ଞା ପ୍ରଦାନ କରିଥିଲେ lଛତ୍ରପତି ଶିବାଜୀଙ୍କ ଗୁରୁ ରାମଦାସଙ୍କର ଏହା ଥିଲା ପବିତ୍ର ସାଧନା ପୀଠ l ସନ୍ଥ ଜ୍ଞାନେଶ୍ୱର ଏଠାରେ ତାଙ୍କ ପ୍ରସିଦ୍ଧ ଗୀତା ଭାଷ୍ୟ ଶ୍ରୀ ଜ୍ଞାନେଶ୍ୱରୀ ରଚନା କରିଥିଲେ lଜୟ ଭଗବାନ ଶ୍ରୀ ଘୃ୍ଷ୍ଣେଶ୍ୱର ଜ୍ୟୋତିର୍ଲିଙ୍ଗ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓଁ ନମୋ ଭଗବତେ ବାସୁଦେବାୟ 🙏🔱🕉️🔱🙏


error: Content is protected !!