କଳାବୁଦା ସ୍ଥିତ ମହାଲକ୍ଷ୍ମୀ ମଣ୍ଡପରେ ଆଜି ଗରଦପୁର ବ୍ଲକ୍ ଏବଂ ମାର୍ଶାଘାଇ ବ୍ଲକ୍ ର ମିଳିତ ବିଜୁ ଜନତା ଦଳର ନିର୍ବାଚିତ ସରପଂଚ, ସମିତି ସଭ୍ୟ ଓ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ସମେତ ୨୫ ଟି ପଂଚାୟତର
ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜୁ ଜନତା ଦଳରୁ ଗତ ୧୫ ତାରିଖରେ ହୋଇଥିବା ନିଲମ୍ବନ ପ୍ରତିବାଦରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା ଜନ ପ୍ରତିନିଧି ଓ ଆଗ ଧାଡ଼ିର ଶତାଧିକ କର୍ମକର୍ତା ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ କୁ ଦଳିୟ ସଭାପତି ପ୍ରତ୍ୟାହାର କରିନେବା ସହିତ ତାଙ୍କୁ ଦଳକୁ ଫେରାଇ ନିଅନ୍ତୁ ବୋଲି ଦାବି ରଖିଥିଲେ ।
ବିଜେଡ଼ି ସୁପ୍ରିମୋ ଙ୍କ ନିଷ୍ପତି ଅନୁସାରେ ଦଳର ପ୍ରତିଷ୍ଠା ଦିବସ , ପଦଯାତ୍ରା ସମେତ ଅନ୍ୟ ସାଂଗଠନିକ କାର୍ଯ୍ୟକ୍ରମ ବିଧାୟକ ଅରବିନ୍ଦ ଆଗେଇ ନେଇଛନ୍ତି । ପାଟକୁରା ର ବିଭିନ୍ନ ଜନହିତକର କାର୍ଯ୍ୟ ସହିତ ଯୋଡ଼ି ହୋଇଛନ୍ତି । ଦୂର୍ନିତୀର ମୂଳ ଉପôାଟନ ପାଇଁ ବିଧାନସଭାରେ ପ୍ରଶଂସନୀୟ କାର୍ଯ୍ୟ କରି ବିଧାୟକ ଅରବିନ୍ଦ ଦଳକୁ ମଜବୁତ କରିଛନ୍ତି । ମାତ୍ର ତାଙ୍କୁ କାହିଁ ଓ କେଉଁ କାରଣରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଲମ୍ବନ କରିଛନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସ୍ତରୀୟ ନେତାମାନେ ବିଭିନ୍ନଜ ଗଣ ମାଧ୍ୟମରେ ଦଳୀୟ ସଂଗଠନ ଓ ନେତୃତ୍ୱ ବିରୁଦ୍ଧରେ ଖୋଲା ଖୋଲି ମନ୍ତବ୍ୟ ଦେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ । ମାତ୍ର ଦଳିୟ ସଂଗଠନକୁ ସୁଦୃଢ଼ କରି ନବୀନ ଙ୍କ ନେତୃତ୍ୱକୁ ଆହୁରୀ ଆଗକୁ ନେବା ପାଇଁ ଚେଷ୍ଟିତ ଥିବା ପାଟକୁରା ବିଧାୟକ ଶ୍ରୀ ମହାପାତ୍ରଙ୍କୁ କେଉଁ ଆଧାରରେ ନିଲମ୍ବନ କରାଯାଇଛି, ତାହାର ସଠିକ ପ୍ରମାଣ ଦେଇ ଦଳ ସ୍ପଷ୍ଟ କରିବା ଦରକାର । ଗତ ନିର୍ବାଚନରେ ଷଢ଼ଯନ୍ତ୍ର କରି ଦଳକୁ ଶାସନ ଗାଦିରୁ ହଟାଇଥିବା କିଛି କୁଚକ୍ରୀ ଗୋଷ୍ଠି ଦ୍ୱାରା ଏହି ନିଲମ୍ବନ କରାଯାଇ ପାଟକୁରା ନିର୍ବାଚନ ମଣ୍ଡଳୀ , ଏହାର ଜନସାଧାରଣ ଓ ଅସ୍ମିତାକୁ ବଦନାମ କରାଯାଇଛି ।
ବିଧାୟକଙ୍କ ଉପରେ ଲଗାଯାଇଥିବା ଆରୋପ ସମ୍ପୂର୍ଣ୍ଣ ଭିତିହୀନ ବୋଲି କହିଥିଲେ । ଏବଂ ଅତନୁ ସବ୍ୟସାଚୀ ନାୟକ ଓ ଅମରେଶ ପତ୍ରି ଯେଉଁଭଳି ତାଙ୍କ ନାମରେ ମିଥ୍ୟା ଆରୋପ ଆଣୁଛନ୍ତି , ତାହାର କୌଣସି ସତ୍ୟାସତ୍ୟ ନାହିଁ । ଏବଂ ଅତନୁ ସବ୍ୟସାଚୀଙ୍କ ଠାରୁ ବଡ଼ ଚକ୍ରାନ୍ତକାରୀ ଆଉ ରାଜ୍ୟ ରେ କିଏ ଅଛନ୍ତି ବୋଲି ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ କହିଥିଲେ । ଯଦି ଦଳ ଏହାର ପୁନର୍ବିଚାର ନକରନ୍ତି , ତେବେ ଆମେ ସମସ୍ତେ ଅରବିନ୍ଦ ମହାପାତ୍ରଙ୍କ ସହ ଥିଲୁ, ଅଛୁ ଓ ରହିବୁ ବୋଲି ଉପସ୍ଥିତ ସମସ୍ତ କର୍ମକର୍ତା ମାନେ କହିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସରପଂଚ ଗୀତାଂଜଳି ମହାନ୍ତି, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଲିପ ସାହୁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା , ପୂର୍ବତନ ସରପଂଚ ବିମଳେନ୍ଦୁ ସ୍ୱାଇଁ ,ପୂର୍ବତନ ସମିତି ସଭ୍ୟ ଭଜହରି ସେନାପତି, ପୂର୍ବତନ ସରପଂଚ ଶୈଳେନ୍ଦ୍ର ମହାନ୍ତି, ବରିଷ୍ଠ କର୍ମୀ ନରୋତମ ପରିଡ଼ା, ବ୍ଳକ୍ ମହିଳା ବିଜେଡ଼ି ସଭାନେତ୍ରୀ ସୁଜାତା ମିଶ୍ର ପ୍ରମୁଖ ସମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ ।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସରପଂଚ ସଂଯୁକ୍ତା ମହାପାତ୍ର, ସରପଂଚ ବନଲତା ସ୍ୱାଇଁ, ସରପଂଚ ଶ୍ରୀରାଧା ବନଜା ବାସିନୀ ଜେନା, ସରପଂଚ ସନ୍ତୋଷ ମାହାଳି, ସରପଂଚ ଅନୁସୟା ବେହେରା, ସରପଂଚ ପ୍ରଭାତ ନଳିନୀ ଜେନା, ସରପଂଚ ରଂଜନ ନାୟକ, ସରପଂଚ ଅମିୟରଂଜନ ନାୟକ, ସରପଂଚ ଅନିତା ମାହାଳି, ସରପଂଚ କୁଂଜଲତା ମିଶ୍ର, ସରପଂଚ ରାଜେନ୍ଦ୍ର ମଲିକ୍, ବ୍ଲକ୍ ଉପାଧ୍ୟକ୍ଷ ସୌଦାମିନୀ ଆଚାର୍ଯ୍ୟ, ମନୋଜ ମଲିକ୍, ସରପଂଚ ମନୋଜ ପରିଡ଼ା, ସରପଂଚ ନମିତାବାଳା ରଥ, ସରପଂଚ ସୁପ୍ରିୟା ସାମନ୍ତରାୟ, ପୂର୍ବତନ ସରପଂଚ ବିଜନ ପଟ୍ଟନାୟକ, ପୂର୍ବତନ ଜିଲା ପରିଷଦ ସୁଧାଂଶୁ ଶେଖର ରାୟ, ପୂର୍ବତନ ସରପଂଚ ଦୀପକ ରାଉତରାୟ, ସମିତି ସଭ୍ୟ ଉତମ ପଟ୍ଟନାୟକ, ପୂର୍ବତନ ସରପଂଚ ଆଶୁତୋଷ ପାତ୍ର, ସମିତି ସଭ୍ୟ ପ୍ରଦୀପ ପଟ୍ଟନାୟକ, ସମିତି ସଭ୍ୟ ସ୍ମୃତିରଂଜନ ପଟ୍ଟନାୟକ, ଅରୁଣ ପଟ୍ଟନାୟକ, ବିନୋଦ ସେଠୀ, ସରପଂଚ ରମାକାନ୍ତ ମହାନ୍ତି, ସମିତି ସଭ୍ୟ ମନୋରଂଜନ ସ୍ୱାଇଁ, ସମିତି ସଭ୍ୟ ସୁପ୍ରଭା ଜେନା, ସମିତି ସଭ୍ୟ ରମେଶ ଭୋଇ, ହୃଶିକେଶ ସ୍ୱାଇଁ, ବିଚିତ୍ର ସାହୁ, ରାକେଶ ସେଠୀ, ପୂର୍ବତନ ସରପଂଚ ପ୍ରକାଶ ସାହୁ, ସମିତି ସଭ୍ୟ ବ୍ରଜ କିଶୋର ସାହୁ, ସମିତି ସଭ୍ୟ ନର୍ଗିସ ବେଗମ, କ୍ଷିତିଶ ଦାସ, ଅଶୋକ ଜେନା, କଲ୍ୟାଣୀ ପଟ୍ଟନାୟକ, ପିତାମ୍ବର ସାହୁ, ଦିଲିପ ସେଠୀ, ପୂର୍ବତନ ସରପଂଚ ଗୌରାଙ୍ଗ ପରିଡ଼ା , ପୂର୍ବତନ ସରପଂଚ ଅନୁଜ ମହାନ୍ତି, ପୂର୍ବତନ ସମିତି ସଭ୍ୟ ସୂର୍ଯ୍ୟକାନ୍ତ ଖୁଂଟିଆ ଙ୍କ ସମେତ ଶତାଧିକ ଦଳିୟ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |