ନେପାଳରେ ସୋସିଆଲ ମିଡିଆ ବ୍ୟାନ୍ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି ନେପାଳ ସରକାର । ସୋମବାର ସାଂଘାତିକ ହିଂସା ପରେ ଗତକାଲି ବିଳମ୍ବିତ ରାତିରେ ସରକାର ଏହି ପ୍ରତିବନ୍ଧକ ହଟାଇଛନ୍ତି । ଗତକାଲି ସଂସଦ ଆଗରେ ମୁହାଁମୁହିଁ ହୋଇଥିଲେ ପୁଲିସ-ଜନତା, ଏଥିରେ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଦେଶବ୍ୟାପୀ ଜେନ-ଜିଙ୍କ ଆନ୍ଦୋଳନ ପରେ ଇସ୍ତଫା ଦେଇଛନ୍ତି ଗୃହମନ୍ତ୍ରୀ ରମେଶ ଲେଖକ । ଏହି ବିକ୍ଷୋଭରେ ୨୦ଜଣଙ୍କ ପ୍ରାଣ ଯାଇଥିବାରୁ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେଇଥିବା କହିଛନ୍ତି । ବିକ୍ଷୋଭକୁ ଦମନ କରିବାକୁ ପୁଲିକୁ ଗୁଳିମାଡ ନିର୍ଦେଶ ଦେଇଥିଲେ ଲେଖକ । ସେପଟେ ନେପାଳ ରାଜଧାନୀ କାଠମାଣ୍ଡୁର ବହୁ ସମ୍ବେଦନଶୀଳ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି । ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଏପରି କରିବାକୁ ସେନାକୁ ନିୟୋଜିତ କରିଛନ୍ତି ନେପାଳ ସରକାର ।
ସେପ୍ଟେମ୍ବର ୪ ତାରିଖରେ ନେପାଳରେ ସୋସିଆଲ ମିଡ଼ିଆ ଆକାଉଣ୍ଟ ୟୁଟ୍ୟୁବ, ଫେସବୁକ୍, ଏକ୍ସ ଭଳି ୨୬ଟି ପ୍ଲାଟଫର୍ମ ଉପରେ କଟକଣା ଜାରି କରିଥିଲେ ସରକାର ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…