ଭୁବନେଶ୍ୱର:-ବାଣ ବିସ୍ଫୋରଣରେ ଶାହାନୱାଜ ମଲ୍ଲିକଙ୍କ
ସହ ତାଙ୍କ ମାଆ ଓ ଦୁଇ ସାଙ୍ଗ ଗୁରୁତର
ଭାବରେ ଆହାତ ହୋଇଛନ୍ତି। ଘଟଣାଟି
ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳର
ସୁନ୍ଦରପଦା ଆଜାଦ ନଗରରେ ଏହି
ବିସ୍ଫୋରଣ ଘଟିଛି। ଆହାତ ହୋଇଥିବା
ଶାହାନୱାଜ ମଲ୍ଲିକଙ୍କ ସହ ତାଙ୍କ ମାଆ ଓ
ତାଙ୍କ କିଛି ସାଙ୍ଗ ପ୍ରଥମେ କ୍ୟାପିଟାଲ
ହସ୍ପିଟାଲରେ ପ୍ରାଥମିକ ଚିତ୍କିସା
କରାଯାଇଥିଲା। ଅଧିକ ଗୁରୁତର ହେବାରୁ
ସେମାନଙ୍କୁ କଟକ ବଡ ମେଡିକାଲ
ସ୍ଥାନାନ୍ତର କରାଯାଇଛି। ଆହାତଙ୍କ ଭିତରେ
ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି।
ବାଣ ଭିଡୁଥିବା ସମୟରେ ବିସ୍ଫୋରଣ
ଘଟିଥିବା ନେଇ ସୂଚନା ମିଳିଛି। ବାଣ
ବିସ୍ଫୋରଣରେ ପରେ ସେ ସ୍ଥାନରେ
କ୍ଷୟକ୍ଷତି ହୋଇଥିବା ନେଇ ଜଣାପଡିଛି।
ବିନା ଲାଇସେନ୍ସରେ ବାଣ ଭିଡ଼ୁଥିବା ନେଇ
ମଧ୍ୟ ସୂଚନା ମିଳିଛି। ଖବର ପାଇ
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି
ନିଆଁକୁ ଆୟତ କରିଛି। ସେ ସ୍ଥାନରେ
ଏୟାରଫିଲ୍ଡ ଥାନା ପୁଲିସ ମଧ୍ୟ ପହଞ୍ଚି
ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।

More Stories
ଘରେ ପଶି ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ଦୁବୃର୍ତ୍ତ ଫେରାର
ଗ୍ୟାସ୍ ସଙ୍କଟ ମଉକାରେ ଚୋରା ଜାଳେଣି କାଠ ଚାଲାଣ
ଗ୍ରାମ ରେ ବିଶ୍ଵପଖାଳ ଦିବସ ପାଳିତ |