February 4, 2026

Now Odisha

Now Odisha

ହାଇୱାକୁ ଧକ୍କା ଦେଇ ବାଇକ ଚାଳକ ମୃତ

Spread the love


ହାଇୱାକୁ ଧକ୍କା ଦେଇ ବାଇକ ଚାଳକ ମୃତ
ବୁଗୁଡ଼ା,୨୭ା୧(ଦର୍ଶନ ନ୍ୟୁଜ୍‌) : ବୁଗୁଡ଼ା ଥାନା
ବାଲିପଦର ଫାଣ୍ଡି ଅନ୍ତର୍ଗତ ଡେଙ୍ଗାପଦର ଓ ରାମଗଡ ଗାଁ
ମଝି ମୁଖ୍ୟ ସଡକରେ ଏକ ଦୁର୍ଘଟଣା ଘଟି ଜଣେ ବାଇକ
ଚାଳକ ମୃତ୍ୟୁବରଣ କରିଥିବା ଜଣାଯାଇଛି। ମୃତକ ଜଣକ
ହେଲେ ଗହଙ୍ଗୁ ପାଟଣା ଗ୍ରାମର କହ୍ନେଇ ନାୟକ (୨୫)।
ଏ ନେଇ ପୋଲିସ ଥାନାରେ କେସ୍ ନଂ ୩୫/୨୬ରେ
ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର
ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ଗତକାଲି
ରାତିରେ ବାଲିପଦର ଅଭିମୁଖେ ହାଇୱା ଆସୁଥିବା ବେଳେ
ବେଲଗୁଣ୍ଠାରୁ ନିଜ ଗାଁକୁ ଦ୍ରୁତଗତିରେ ଆସୁଥିବା କହ୍ନେଇଙ୍କ
ପଲସର ବାଇକର ଧକ୍କା ହୋଇଥିଲା । ଫଳରେ କହ୍ନେଇଙ୍କ
ମୁଣ୍ଡକୁ ଗଭୀର ଆଘାତ ଲାଗିବା ସହ ବାମପଟ ହାତ ଭାଙ୍ଗି
ଯାଇଥିଲା। ସେ ଦୁର୍ଘଟଣା ସ୍ଥଳରେ ଅଚେତ ଅବସ୍ଥାରେ
ପଡିଥିବା ବେଳେ ବାଲିପଦର ପୋଲିସ ତାଙ୍କୁ ଉଦ୍ଧାର କରି
ବୁଗୁଡା ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ
ମୃତ ଘୋଷଣା କରିଥିଲେ। ତେବେ ପୋଲିସ ମୃତକଙ୍କ ଶବକୁ
ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ସମ୍ପୃକ୍ତ ହାଇୱାକୁ
ଅଟକ ରଖିଥିବା ବେଳେ ବାଲିପଦର ଫାଣ୍ଡି ଅଧିକାରୀ
କେ.ନିଳାଦ୍ରୀ ରେଡି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।
ଦଶପଲ୍ଲାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ
ମଦର ଟେରେସା ସେବା ସଙ୍ଗଠନ ତରଫରୁ ସାଧାରଣତନ୍ତ୍ର ଦିବସ ପାଳନ
ଦଶପଲ୍ଲା,୨୭ା୧(ଦର୍ଶନ ନ୍ୟୁଜ୍‌) : ଦଶପଲ୍ଲାର ଗାଁଠୁ
ସହର ସବୁଠି ୭୭ତମ ସାଧାରଣତନ୍ତ୍ର ଦିବସ ସୋମବାର
ଦିନ ମହାସମାରୋହରେ ପାଳିତ ହୋଇଛି। ସରକାରୀ ଓ
ବେସରକାରୀ ଅନୁଷ୍ଠାନରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ
ମାଲ୍ୟାର୍ପଣ ସହିତ ଜାତୀୟ ପତାକା ଉତ୍ତୋଳନ
କରାଯାଇଥିଲା। ଗାନ୍ଧୀ ମଇଦାନଠାରେ ଆୟୋଜିତ ଏନ୍‌ଏସି
ସ୍ତରୀୟ କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର
ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା
ଉତ୍ତୋଳନ ସହିତ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ
କରିଥିଲେ। ଏନ୍‌ଏସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ, ଏନ୍‌ଏସି
କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଆଡିସିନାଲ
ଏସ୍ ପି ଜ୍ୟୋତି ରଞ୍ଜନ ସାମନ୍ତରାୟ, ଥାନାଧିକାରୀ ବିନୟ
ରଞ୍ଜନ ପରିଡା, କାଉନ୍ସିଲର ପ୍ରମୁଖ ଉପସ୍ଥିତ ଥିଲେ।
ଇତ୍ୟବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ
ଆଦି ବହୁବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କୋମନା,୨୭ା୧(ଦର୍ଶନ ନ୍ୟୁଜ୍‌): ନୂଆପଡା ଜିଲ୍ଲା
କୋମନା ବ୍ଲକ ପଣ୍ଡରାପଥର ଠାରେ ମଦର ଟେରେସା
ପକ୍ଷରୁ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି।
ସାଙ୍ଗଠନିକ କାର୍ଯ୍ୟସୂଚୀ ଅନୁଯାଇ ୮.୧୫ରେ ପତାକା
ଉତୋଳନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
ଭାବରେ ବୁଲୁ ତ୍ରିପାଠୀ ଓ ସଙ୍ଗଠନ ସଙ୍ଗଠକ ଶେଷଦେବ
ପ୍ରଧାନୀ ପରିଚାଳନା କରିଥିଲେ। ସମାଜରେ ଜନହିତକର
କାର୍ଯ୍ୟକ୍ରମ ଉପରେ ଓ ମହାତ୍ମାଗାନ୍ଧୀଙ୍କ ସେବା ଉପରେ
ସମ୍ୟକ ଆଲୋଚନା କରଥିଲେ। ଏହି କାର୍ଯ୍ୟକ୍ରମରେ
ସତ୍ୟବ୍ରତ ସାମଲ, ତେଜୁରାମ ନାଏକ, ନୁରାଧର ପ୍ରଧାନ,
ମାଳତି ଲତା, ଗୋପାଳ ନାଏକ, ତପନ ତେଜୁ, ଯୋଶବନ୍ତ
ସାହୁ ବିଶେଷ ସହଯୋଗ କରିଥିଲେ।
ତେନ୍ତୁଳିଖୁଣ୍ଟି,୨୭ା୧(ଦର୍ଶନ ନ୍ୟୁଜ୍‌): ନବରଙ୍ଗପୁର ଜିଲ୍ଲା
ତେନ୍ତୁଳୀଖୁଣ୍ଟି ବ୍ଲକ କଂଗ୍ରେସର ନବ ନିର୍ବାଚିତ ସଭାପତି
ପ୍ରହ୍ଲାଦ ହିଆଲ ଏବଂ ଜିଲ୍ଲା କମିଟି ଓ ବ୍ଲକ କମିଟି ରେ
ମନୋନୀତ ସମସ୍ତ ସଦସ୍ୟଙ୍କୁ ତେନ୍ତୁଳିଖୁଣ୍ଟି ବ୍ଲକର କଂଗ୍ରେସ
କାର୍ଯ୍ୟ କର୍ତା ମାନଙ୍କର ଦ୍ୱାରା ପୁଷ୍ପ ମାଲ୍ୟ ଓ ଉପଢୌକନ
ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ତେନ୍ତୁଳିଖୁଣ୍ଟି ବ୍ଲକରେ
କାର୍ଯ୍ୟରତ ସମସ୍ତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ବ୍ଲକ
କଂଗ୍ରେସ କମିଟି ତରଫରୁ ସମ୍ମାନିତଓ ସମ୍ବର୍ଦ୍ଧିତ
କରାଯାଇଥିଲା। ଆଗାମୀ ତ୍ରି ସ୍ତରୀୟ ନିର୍ବାଚନ ରେ ଦଳର
ସଂଗଠନ କିପରି ମଜଭୂତ କରି ନିର୍ବାଚନ ଲୋଡ଼ିବା ପାଇଁ
ପ୍ରସ୍ତୁତ ହେବା ପାଇଁ ଉପସ୍ଥିତ କର୍ମୀମାନଙ୍କୁ ବ୍ଲକ କର୍ମକର୍ତ୍ତା
ମାନେ ନିଜର ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ପୁଣି
ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ରହିଥିବାରୁ ପ୍ରତ୍ୟେକ
ପଞ୍ଚାୟତର କର୍ମକର୍ତ୍ତା ଚୟନ କରାଯିବ ବୋଲି ସଭାପତି
ଶ୍ରୀ ହିଆଲ ମତପ୍ରକାଶ କରିଥିଲେ। ଦୃଢ଼ ଓ ସଙ୍ଘଠିତ ଭାବେ
ସମସ୍ତେ ମିଶି ଜନସାଧାରଣ ଙ୍କ ପାଖରେ ପହଂଚି
ଯେକୌଣସି ସମସ୍ୟାସର ସମାଧାନ କରି ପାରିଲେ ନିଶ୍ଚିତ
ଭାବରେ ସମସ୍ତ ଗ୍ରାମ ପଞ୍ଚାୟତ ଅକ୍ତିଆର କରିପାରିବା
ବୋଲି ଯୁବନେତା ଅଖିଳ ଭତ୍ରା ନିଜ ବକ୍ତବ୍ୟ ରେ ଦୃଢ଼କ୍ତି
ପ୍ରକାଶ କରିଥିଲେ। ତେନ୍ତୁଳିଖୁଣ୍ଟି ର ପୁର୍ବତନ ବିଜୁ
ଯୁବବାହିନୀ ସଦସ୍ୟ ଓ ବହୁ କର୍ମୀ ବି ଜେ ଡି ଛାଡି ଆଜି
କଂଗ୍ରେସ ଦଳ ରେ ସାମିଲ ହୋଇ ଥିଲେ। ଆଜିର ଏହି
କାର୍ଯ୍ୟକ୍ରମ ରେ ପୁର୍ବତନ ବ୍ଲକ ଚେୟାର ମେନ ପି
ନାଗରତ୍ନ, ଭୀମସେନ ପାଣିଗ୍ରାହୀ,କିଶୋର ଚନ୍ଦ୍ର ସିଂହ,
ବସନ୍ତ କୁମାର ପାଣିଗ୍ରାହୀ, ଦୁର୍ଲଭକନ୍ଦ ଗୌଡ଼, ସୁନୀଲ
କୁମାର ସିଂହ, ଭାଷ୍କର କର୍କରା, ଅଜୟ କୁମାର
ହିଆଲ,କୁମର ପୂଜାରୀ, ଶଙ୍କର ନାୟକ, ଜଗଦୀଶ ଭଞ୍ଜ
ଓ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ର ନେତୃ ସ୍ଥରୀୟ
କର୍ମକର୍ତ୍ତା ଓ କଂଗ୍ରେସ କର୍ମୀ ଉପସ୍ଥିତ ରହି ଥିବାବେଳେ
ଏହି କାର୍ଯ୍ୟକ୍ରମ କୁ ଆୟଜନ କରିବାରେ ଯୁବନେତା ଅଖିଳ
ଭତ୍ରା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

error: Content is protected !!