ଭୁବନେଶ୍ୱର : ସେଲୁନ ମାଲିକର ସାଇବର ଠକେଇ ନେଟୱର୍କ । ଅସଲି ଟ୍ରେଡ କମ୍ପାନୀର ନକଲି ଆପ୍ ତିଆରି କରି ଠକିଥିଲେ ୯୪ଲକ୍ଷ ଟଙ୍କା । ଅଢ଼େଇ କୋଟିର ଲୋଭ ଦେଖାଇ ଠକେଇ କରି ଧରାପଡିଲେ ୩ଜଣ । ଦେବଗଡ଼ରୁ ସେଲୁନ ମାଲିକ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ସେଲୁନ ମାଲିକ ଲାଲା ବସନ୍ତରା, ମଧ୍ୟସ୍ଥି ମାନସ କୁମାର ସାହୁ ଓ ଜଣେ ଛାତ୍ର ଚିନ୍ମୟ ସାହୁ ଗିରଫ ।ଏମାନେ ଗତ ଡିସେମ୍ବର ମାସରେ ନକଲି ଟ୍ରେଡ ଆପ କରି ନିବେଶକଙ୍କୁ ଆକୃଷ୍ଟ କରିଥିଲେ । ଡିସେମ୍ବର ୫ରେ ଡିଜିଟାଲ ଇନଭେଷ୍ଟମେଣ୍ଟର ଲୋଭ ଦେଖାଇ ୯୪ଲକ୍ଷ ଠକି ନେଇଥିଲେ । ଗିରଫ ହୋଇଥିବା ଏହି ତିନି ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଆସିଥିଲା । ଏମାନଙ୍କୁ ଗିରଫ କରିବା ସହ ଆକାଉଣ୍ଟକୁ ସିଜ୍ କରିଛି ସାଇବର ଥାନା ପୋଲିସ ।
ଏମାନେ ପ୍ରଥମେ ଲିଙ୍କ ପଠାଉଥିଲେ । ପରେ ଗ୍ରୁପ୍ ରେ ଆଡ୍ କରୁଥାଲେ । ଟ୍ରେଡିଂ ପାଇଁ ଲୋଭ ଦେଖାଇ ଠକେଇ କରୁଥିଲେ । ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଏଭଳି ଠକେଇର ଶିକାର ହୋଇ ସାଇବର ଥାନାରେ ଅଭିଯୋଗ କରିବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା ।

More Stories
ଜୁଆଡ଼ିଙ୍କ ଘରେ ଚଢ଼ାଉ: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ କୋଟିଏ ଟଙ୍କାର ଗହଣା ଜବତ, ୪ ଅଟକ
ବିଜେଡିକୁ ଆସୁଛନ୍ତି ସୁଜାତା’: ଗ୍ରହଣ କରିବେ ନାହିଁ ପଦବୀ, ହେବେ ନାହିଁ ଉତ୍ତରାଧିକାରୀ,
ସମ୍ପତ୍ତି ପାଇଁ ସୈତାନ ସାଜିଲେ ପଡ଼ୋଶୀ, ଶିଶୁପୁତ୍ରକୁ ବିଷ ଦେଇ ମାରିବାକୁ ଚେଷ୍ଟା!