ଭୁବନ,ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି ଗୁଳିମାଡ଼ର ଶିକାର ହୋଇଛନ୍ତି। ଭୁବନ ଥାନା ବାରୁଆଁ (ଖ) ପଞ୍ଚାୟତ କଅଁସର ଗୋଡ଼ା ଟିଣ କଲୋଣୀର ନାଣ୍ଡୁ ଦେହୁରୀ କିଛିଦିନ ତଳେ ରୁଆ ଗ୍ରାମର ପଞ୍ଚାନନଙ୍କଠାରୁ ୩ ହଜାର ଟଙ୍କା ଧନ ବିକ୍ରୟ କରିବାକୁ ବାରମ୍ବାର ପଞ୍ଚାନନ ନାଣ୍ଡୁଙ୍କୁ ଧାନ ମାଗିବାରୁ ସେ ଦେଇ ନ ଥିଲେ। ଗୁରୁବାର ସନ୍ଧ୍ୟାରେ ପଞ୍ଚାନନ ଟଙ୍କା ମାଗିବା ପାଇଁ ଯାଇଥିଲେ। ସେଠାରେ ଟଙ୍କା ମାଗିବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସେହି ସମୟରେ ନାଣ୍ଡୁ ଏକ ଦେଶୀ ବନ୍ଧୁକରେ ପଞ୍ଚାନନଙ୍କ ଉପରକୁ ଗୁଳି କରିଥିଲେ। ଫଳରେ ପଞ୍ଚାନନଙ୍କ ଡାହାଣ ଆଖିରେ ଗୁଳିମାଡ଼ ହୋଇ ଆଖି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ସଙ୍ଗେ ସଙ୍ଗେ ପଞ୍ଚାନନକୁ ପରିବାର ଲୋକେ ଭୁବନ ଡାକ୍ତରଖାନାକୁ ନେଇ ଆସିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେ ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି। ତେବେ ଏହି ଘଟଣାକୁ ନେଇ ଶୁକ୍ରବାର ପଞ୍ଚାନନଙ୍କ ଭାଉଜ କବିତା ରାଉତ ଭୁବନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଭୁବନ ପୋଲିସ ତଦନ୍ତ ଚଳାଇଛି। ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ଜାଣିବା ପାଇଁ ଭୁବନ ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକ ଓ କାମାକ୍ଷାନଗର ଏସ୍ଡିପିଓ ରଜନୀକାନ୍ତ ସାମଲଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ଦେଇ ନ ଥିଲେ।

More Stories
ଜୁଆଡ଼ିଙ୍କ ଘରେ ଚଢ଼ାଉ: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ କୋଟିଏ ଟଙ୍କାର ଗହଣା ଜବତ, ୪ ଅଟକ
ବିଜେଡିକୁ ଆସୁଛନ୍ତି ସୁଜାତା’: ଗ୍ରହଣ କରିବେ ନାହିଁ ପଦବୀ, ହେବେ ନାହିଁ ଉତ୍ତରାଧିକାରୀ,
ସମ୍ପତ୍ତି ପାଇଁ ସୈତାନ ସାଜିଲେ ପଡ଼ୋଶୀ, ଶିଶୁପୁତ୍ରକୁ ବିଷ ଦେଇ ମାରିବାକୁ ଚେଷ୍ଟା!