ସିଆଚେନରେ ହିମସ୍ଖଳନ ଯୋଗୁ ୩ ଜଣ ଯବାନ ଶହୀଦ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଅଗ୍ନିବୀର ରହିଛନ୍ତି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ନିୟନ୍ତ୍ରଣ ରେଖା(ଏଲଓସି)ର ଉତ୍ତରାଞ୍ଚଳରେ ଅବସ୍ଥିତ ସିଆଚେନ ଗ୍ଲାସିୟରରେ ଅନେକ ସମୟରେ ହିମସ୍ଖଳନ ଘଟୁଥିବା ନଜିର ରହିଛି।
୨୦୨୧ରେ ମଧ୍ୟ ହନୀଫ ସବ-ସେକ୍ଟରରେ ହିମସ୍ଖଳନ ଘଟି ୨ ଜଣ ସୈନ୍ୟ ଶହୀଦ ହୋଇଥିଲେ। ସେତେବେଳେ ୬ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଥିଲା। ୨୦୧୯ରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…