ସିଆଚେନରେ ହିମସ୍ଖଳନ ଯୋଗୁ ୩ ଜଣ ଯବାନ ଶହୀଦ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଅଗ୍ନିବୀର ରହିଛନ୍ତି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ନିୟନ୍ତ୍ରଣ ରେଖା(ଏଲଓସି)ର ଉତ୍ତରାଞ୍ଚଳରେ ଅବସ୍ଥିତ ସିଆଚେନ ଗ୍ଲାସିୟରରେ ଅନେକ ସମୟରେ ହିମସ୍ଖଳନ ଘଟୁଥିବା ନଜିର ରହିଛି।
୨୦୨୧ରେ ମଧ୍ୟ ହନୀଫ ସବ-ସେକ୍ଟରରେ ହିମସ୍ଖଳନ ଘଟି ୨ ଜଣ ସୈନ୍ୟ ଶହୀଦ ହୋଇଥିଲେ। ସେତେବେଳେ ୬ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଥିଲା। ୨୦୧୯ରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |