ଝାରସୁଗୁଡ଼ା, : ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ୭୨ଟି ଅଭିଯୋଗ ଶୁଣାଣି ହୋଇଯାଇଛି। ଭିତ୍ତିଭୂମି ଉନ୍ନତି ତଥା ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଆଜି ବିଭିନ୍ନ ଅଞ୍ଚଳରୁ ଆସିଥିବା ସମସ୍ୟାଗୁଡ଼ିକର ଶୁଣାଣି କରାଯାଇଛି। ଲହଣ୍ଡାବୁଡ଼ ସଦର ଅଞ୍ଚଳରେ ଥିବା ୦୩ ନମ୍ବର ରେଳବାଇ ଲେବେଲ କ୍ରସିଂଠାରେ ଓଭର ବ୍ରିଜ ନିର୍ମାଣ ଏବଂ ୱାର୍ଡ ନଂ ୦୮ରେ କଂକ୍ରିଟ ରାସ୍ତା କାର୍ଯ୍ୟ ବନ୍ଦ ହେବା ନେଇ ଅଭିଯୋଗ ହୋଇଛି। ସେହିପରି କିରମୀରଠାରେ କଂକ୍ରିଟ ଗାର୍ଡୱାଲ୍ ନିର୍ମାଣ, ଗାଲାକ୍ସି କଲୋନୀ (ୱାର୍ଡ ୫) ଏବଂ ବାଲିଜୋରି (ୱାର୍ଡ ୧୩) ରେ ଡ୍ରେନ୍ ନିର୍ମାଣ ପାଇଁ ଦାବି ହୋଇଛି। ବିଜୁନାଗର ପ୍ରବେଶ ପଥରେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟରେ ଜବରଦଖଲ ଉଚ୍ଛେଦ ଏବଂ ମାଲିମୁଣ୍ଡା (ୱାର୍ଡ ୧୨) ରେ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ଅନ୍ୟପକ୍ଷରେ ଲହଣ୍ଡାବୁଡ଼ ସଦର ଅଞ୍ଚଳରୁ TPSL(IV) ଜମି ହରାଙ୍କ ସମସ୍ୟା, ବକ୍ସିଛକରୁ ଲହଣ୍ଡାବୁଡ଼ ରାସ୍ତାରେ ଆଲୋକୀକରଣ, ପ୍ରଦୂଷଣ ନିୟନ୍ତ୍ରଣ, ଦ୍ରୁତ ଗାଡ଼ି ଚାଳନା ଉପରେ ରୋକ୍ ଏବଂ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ନିବେଦନ କରାଯାଇଛି। ଏହାବ୍ୟତୀତ ଦୁର୍ଲାଗାରେ ବିଦ୍ୟୁତ ସଂଯୋଗ, ବେହେରାପାଟରେ ଜମି ଜବରଦଖଲ ଏବଂ ତିଳେଇମାଳରେ ଉତ୍ତରାଧିକାରୀ ଥାଉ ଥାଉ ଭୁଲ ତଥ୍ୟ ଦେଇ କ୍ଷତିପୂରଣ ହାତେଇବା ଭଳି ଅଭିଯୋଗ ହୋଇଛି। ପୁରୁଣାବସ୍ତି ପରିବା ଦୋକାନୀଙ୍କ ଥଇଥାନ, ବୃନ୍ଦାମାଲ ମୁଖ୍ୟ ରାସ୍ତାରୁ ମଦ ଭାଟି ସ୍ଥାନାନ୍ତର ସହ ଚୋରା ମଦ ବିକ୍ରି ବନ୍ଦ କରିବା, ଧୂତରା ମୁଖ୍ୟ ରାସ୍ତା ମରାମତି ଏବଂ ତରେଇକେଲା ଗ୍ରାମବାସୀଙ୍କ ପୁନର୍ବାସ ଓ ଥଇଥାନ ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି।
ଜିଲ୍ଲାପାଳ ସମସ୍ତ ଅଭିଯୋଗର ଶୁଣାଣି କରି ବିଭାଗୀୟ ଅଧିକାରୀଙ୍କୁ ସମସ୍ୟା ର ତୁରନ୍ତ ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଜନ ଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଉପ-ଜିଲ୍ଲାପାଳ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ।

More Stories
ଅବିଭାବକ ଙ୍କ ମତ ନ ନେଇ ମନ ମୁଖି ଭାବେ ବାତ୍ୟା ଆଶ୍ରୟ ସ୍ଥଳୀରେ ଶିକ୍ଷା ଦାନ କୁ ନେଇ ଅଭିଭାବକ ଙ୍କ ମହଲରେ ଅସନ୍ତୋଷ।
ଝିଅର ବାପା ହୋଇ ବିବାହ କରାଇଲେ ମୁଖ୍ୟମନ୍ତ୍ରୀ, ୨୦୧ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଲେ l
ବେଲପାହାଡ଼ ବନାଞ୍ଚଳ ଦ୍ୱାରା ପ୍ଲାଷ୍ଟିକ ମୁକ୍ତ ପିକନିକ ସ୍ଥଳ ସଚେତନତା କାର୍ଯ୍ୟକ୍ରମ କୋଇଲି ଘୁଘର ଠାରେ ଅନୁଷ୍ଠିତ,