February 4, 2026

Now Odisha

Now Odisha

ବେଲପାହାଡ଼ ବନାଞ୍ଚଳ ଦ୍ୱାରା ପ୍ଲାଷ୍ଟିକ ମୁକ୍ତ ପିକନିକ ସ୍ଥଳ ସଚେତନତା କାର୍ଯ୍ୟକ୍ରମ କୋଇଲି ଘୁଘର ଠାରେ ଅନୁଷ୍ଠିତ,

Spread the love

ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବେଲପାହାଡ଼ ବନାଞ୍ଚଳର ପର୍ଯ୍ୟଟନ ସ୍ଥଳୀ ତଥା ପିକନିକ ସ୍ଥଳ କୋଇଲିଘୁଘର ଠାରେ ମଙ୍ଗଳବାର ଦିନ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକ ମୁକ୍ତ ପର୍ଯ୍ୟଟନ ସ୍ଥଳୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମ ରେ ମୂଖ୍ୟଅତିଥି ଭାବରେ ଝାରସୁଗୁଡ଼ା ବନ୍ୟପ୍ରାଣୀ ତତ୍ବାବଧାରକ ପ୍ରହ୍ଲାଦ ନାୟକ ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଲଖନପୁର ବ୍ଲକ ଅଧ୍ୟକ୍ଷ ଖିତେଶ୍ଵରି ତିହିରିହା ,ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ସମ୍ବିତ ମୁଣ୍ଡା, ଝାରସୁଗୁଡ଼ା ତହସିଲଦାର ତଥା ଜିଲ୍ଲା ପରିବେଶ ସମିତି ର ସଦସ୍ୟ ସୁଧାକର କୁମ୍ଭାର, ପରିବେଶ ସମିତିର ଆଜୀବନ ସଦସ୍ୟ ତ୍ରିନାଥ ଗୋୟଲ , ବେଣୁଧର ଚୌଧୁରି,ଜିଲ୍ଲା ପରିବେଶ ସମିତି ର ସଦସ୍ୟ ଗୋବିନ୍ଦ ସlକୁନିଆ, ପରିବେଶ ବିତ୍ ହମିଦ କୁମାର ମହାପାତ୍ର ଉପସ୍ଥିତ ଥିଲେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ , ସମରବଗା ସରପଞ୍ଚ ଲିଲିମା ବାରିକ, ଜାମଗାଁ ସରପଞ୍ଚ ଗୋପିନାଥ ସାଏ,କଦମଡିହି ସରପଞ୍ଚ ତରୁଲତା ବାରିକ, କତରବଗା ସରପଞ୍ଚ ସୁମିତ୍ରା ଖମାରି, ଚ଼ିଲାମ୍ବରମ .ଏ , ପରିବେଶ ଅଧିକାରୀ ,ଏମ.ସି.ଏଲ , ଲଖନ୍ ପୁର୍ ଏରିଆ,ନିର୍ମଳ ପ୍ରଧାନ ସଭାପତି ପରିବେଶ ବିକାଶ ସମିତି, କୋଇଲି ଘୁଘର ଉପସ୍ଥିତ ଥିଲେ, ବେଲପାହାଡ଼ ବନାଞ୍ଚଳ ର ବନlଞ୍ଚଳ ଅଧିକାରୀ ପ୍ରଦୀପ କୁମାର ନାୟକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟିମ ଲିଡ଼ର ଦିଲ୍ଲିପ ପଧାନ ମଞ୍ଚ ପରିଚାଳନା କରିଥିଲେ, ଅତିଥି ମାନେ ନିଜ ବକ୍ତବ୍ୟ ରେ ପ୍ଲାଷ୍ଟିକ ବ୍ୟବହାର କୁ କେମିତି କମ୍ କରିପାରିବା, କୋଇଲିଘୁଘର କୁ କିପରି ପ୍ଲାଷ୍ଟିକ ମୁକ୍ତ କରିପାରିବ, ସେ ବିଷୟ ରେ ନିଜ ନିଜ ର ମତବ୍ୟକ୍ତ କରିଥିଲେ, ସମସ୍ତ ଅତିଥି, ଛାତ୍ର ଛାତ୍ରୀ ଶପଥ ପାଠ କରିଥିଲେ, ପୂର୍ବରୁ ହୋଇଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା, ବ୍ଲକ ଲେଭେଲ ଅନଲାଇନ କୁଇଜ ପ୍ରତିଯୋଗିତା ରେ ଜୁନିୟର ବିଭାଗରେ ଶ୍ରଦ୍ଧା ସାହୁ ପ୍ରଥମ, କ୍ଷିତି ଶୁଧା ସାହୁ ଦ୍ୱିତୀୟ ଓ ସୂୟମଜିତ ପଟ୍ଟନାୟକ ତୃତୀୟ ଥିବା ବେଳେ ସିନିୟର ବିଭାଗରେ ଲୋକେଶ କୁମାର ସାହୁ, ମନିଶ ତାଜନ, ଲିପିକା ଗୁପ୍ତା ପୁରସ୍କୃତ ହୋଇଥିଲେ, ବିଦ୍ୟାଳୟ ସ୍ତରୀୟ କୁଇଜ ପ୍ରତିଯୋଗିତା ରେ ସାହିଲ ବାରିକ,ନିତୁ ବନଛୋର. ଜିତ୍ ବେହେରା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ, ସଚେତନତା ରାଲି କରି ବିଭିନ୍ନ ସ୍ଲୋଗାନ ଦ୍ୱାରା ଲୋକ ମାନଙ୍କୁ ସଚେତନତା କରିଥିଲେ ଏବଂ ଶେଷରେ ସମସ୍ତେ ମିଶି କୋଇଲିଘୁଘର ପର୍ଯ୍ୟଟନ ସ୍ଥଳୀକୁ ସଫେଇ କରିଥିଲେ, ଏଥିରେ ସ୍ଥାନୀୟ ସେଳ୍ପ ହେଲ୍ପ ଗ୍ରୁପ୍ ର ମହିଳା, କଦମଡିହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ସ୍ଥାନୀୟ ବନ ସୁରକ୍ଷା ସମିତି ର ସଦସ୍ୟ, ପରିବେଶ ବିକାଶ ସମିତି ଓ ଗ୍ରାମବାସୀ ଉପସ୍ଥିତ ଥିଲେ, ବନାଞ୍ଚଳ ର କଦମଡିହି ଫରେଷ୍ଟର ସଙ୍ଗୀତା ସାମନ୍ତରାୟ ,ଇକୋ ଟୁରିଜିମ ଫରେଷ୍ଟର ସନ୍ତୋଷ ଗୁରୁ,ବାଗମୁଣ୍ଡା ଫରେଷ୍ଟର ସୌଦାଗର କିସାନ, ବେଲପାହାଡ଼ ଫରେଷ୍ଟର ସୁନିଲ କୁମାର ଭୋଇ, ଲଖନପୁର ଫରେଷ୍ଟର ଲଲିତ ଅଢା, ଭିଖମପାଲି ଫରେଷ୍ଟର ସରୋଜ ଖମାରି, ଫରେଷ୍ଟର ପ୍ରଦୀପ ବେସନ,ମୁନି କୁମାରି ଦାସ, ଫରେଷ୍ଟ ଗାର୍ଡ ସୁରେନ୍ଦ୍ର ଖମାରି,ଅନୁପ ଲାକ୍ରା ,ଭାଗିରଥି ପଧାନ,ହର୍ଷ ବର୍ଦ୍ଧନ ମିଶ୍ର,ରାହୁଲ ବେହେରା,ଲିପିରାଣୀ କର,ଯୁଧିଷ୍ଟିର ବାରୁ,ତେଜସ୍ଵୀନି ଶା ,ବନରକ୍ଷୀ,ଏଫଏମ ୟୁ ର ଶକ୍ତିମୟ ପୃଷ୍ଟି ,ସୁବ୍ରତ ଛନ୍ଦା, ସୁମନ ବିଶ୍ୱାଳ ଓ ସୁଜିତ ବସ୍ତିଆ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ,

error: Content is protected !!