ଭାରତର ରାଜନୀତି ଓ ନ୍ୟାୟପାଳିକା ଇତିହାସରେ ଆଜି ପ୍ରଥମଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ତାଙ୍କର ପକ୍ଷ ସୁପ୍ରିମକୋର୍ଟରେ ରଖିଛନ୍ତି ।ଏସଆଇଆର ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମକୋର୍ଟରେ ଦାୟର କରିଥିବା ପିଟିସନ ଉପରେ ପ୍ରଥମ ଶୁଣାଣି କରାଯାଇଛି । ନିଜେ ଉପସ୍ଥିତ ରଖି ନିଜ ପକ୍ଷ ରଖିଛନ୍ତି ମମତା ।ଯାହାକୁ ଆଧାର କରି ନିର୍ବାଚନ କମିଶନଙ୍କଠୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ ।ପିଟିସନ ଉପରେ ଶୁଣାଣି କରି କୋର୍ଟ ଇସିଆଇଙ୍କୁ ନୋଟିସ ପଠାଇ ଜବାବ ମାଗିଛନ୍ତି । ସୋମବାର ହେବ ପରବର୍ତ୍ତୀ ଶୁଣାଣି । ଏସଆଇଆର ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ମମତା । ଏସଆଇଆରକୁ ଏକ ପକ୍ଷପାତିତା ପ୍ରକ୍ରିୟାର ନାଁ ଦେଇଛନ୍ତି ପଶ୍ଚିମବଙ୍ଗ ସରକାର । କିନ୍ତୁ ଏହାକୁ ଦେଶହିତ ଓ ସ୍ବଚ୍ଚ ପ୍ରକିୟା ବୋଲି ଦାବି କରୁଛନ୍ତି ସରକାର ।ସରକାରଙ୍କ ଯୁକ୍ତି କି ବେଆଇନଭାବେ ଦେଶରେ ରହୁଥିବା ଶରଣାର୍ଥୀଙ୍କୁ ଚିହ୍ନଟ କରାଯିବ । ଏମାନଙ୍କୁ ନିର୍ବାଚନରୁ ବାଦ୍ ଦିଆଯିବ । ମମତା ବାନାର୍ଜୀଙ୍କ ନକଲି ପରିଚୟ ପତ୍ର ଦେଇ ରାଜ୍ୟରେ ଶରଣାର୍ଥୀଙ୍କୁ ରଖିଛନ୍ତି । ସେମାନଙ୍କଠୁ ବିପୁଳ ଭୋଟ୍ ପାଉଛନ୍ତି । ଏସ୍ଆଇଆର୍ ଅଯୋଗ୍ୟ ଭୋଟରଙ୍କ କାଟ୍ଛାଟ୍ କରିବ । ତେଣୁ ଏସ୍ଆଇଆର୍କୁ ବିରୋଧ କରୁଛନ୍ତି ମମତା । ଏବେ ଦେଖିବାକୁ ଅପେକ୍ଷା ଏସଆଇଆରକୁ ନେଇ କୋର୍ଟ ଲଢ଼େଇ କେଉଁ ମୋଡ ନେଉଛି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…