ସବୁବେଳେ ଖବରରେ ଶିରୋନାମା ପାଲଟିଥାନ୍ତି ସଲମାନ ଖାନ୍ । କେତେବେଳେ ନିଜର ଅଭିନୟ ପାଇଁ ତ ଆଉ କେତେବେଳେ ବ୍ୟକ୍ତିଗତ ଜୀବନ ପାଇଁ ଗଣମାଧ୍ୟମରେ ହେଡଲାଇନ୍ ପାଟଇଥାନ୍ତି ଭାଇଜାନ । ତେବେ ଶୁକ୍ରବାର କୋର୍ଟରେ ହାଜର ହେବେ । ବଲିଉଡ ଭାଇଜାନଙ୍କୁ କୋର୍ଟଙ୍କ ନୋଟିସ୍ ଜାରି ହୋଇଛି। ଜୟପୁର ଉପଭୋକ୍ତା ଆୟୋଗଙ୍କ ସାମ୍ନାରେ ହାଜର ହେବେ।ତେବେ ଏହି ମାମଲା ପାନ ମସଲା ସହ ଜଡ଼ିତ । ଜାମିନ ଯୋଗ୍ୟ ଓ୍ବରେଣ୍ଟ ସହ କୋର୍ଟ ଏହି ସମନ କରିଛନ୍ତି ।
ଅଭିଯୋଗ ହୋଇଛି କି, ନିଷେଧ ପରେ ମଧ୍ୟ ପାନ ମସଲାର ପ୍ରଚାର କରୁଛନ୍ତି ସଲମାନ । ଅଭିଯୋଗକାରୀ ଯୋଗେନ୍ଦ୍ର ସିଂହଙ୍କ ଦ୍ବାରା ଦାଖଲ ଅବମାନନା ଆବେଦନର ଶୁଣାଣି କରି କୋର୍ଟ ସମନ କରିଛନ୍ତି । ଆବେଦନରେ କୁହାଯାଇଛି ଯେ ଜାନୁଆରୀ ୬ ତାରିଖରେ କମିଶନଙ୍କ ନିଷେଧ ସତ୍ତ୍ୱେ, ପାନ ମସଲାର ପ୍ରଚାର ଏବଂ ବିଜ୍ଞାପନ ଜାରି ରହିଛି। ଏହା କୋର୍ଟର ଅବମାନନା। ସଲମାନ ଖାନଙ୍କୁ ଏହି ନିର୍ଦ୍ଦେଶ ବିରୁଦ୍ଧରେ ହାଇକୋର୍ଟରୁ ଏପର୍ଯ୍ୟନ୍ତ କୌଣସି ଆଶ୍ୱସ୍ତି ମିଳିନାହିଁ। ଏହି ମାମଲାରେ ପରବର୍ତ୍ତୀ ସମୟରେ କ’ଣ ହୁଏ ତାହା ଦେଖିବାକୁ ବାକି ରହିଛି।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା