ଭୁବନେଶ୍ୱର : ଲିଙ୍ଗରାଜଙ୍କ ଜାଗର ନୀତିରେ ଅବହେଳା ଗ୍ରହଣୀୟ ନୁହେଁ । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିରେ ବାରମ୍ବାର ବିଭ୍ରାଟ ହେଉଛି । ବଡ଼ ବଡ଼ ପର୍ବପର୍ବାଣୀରେ ଠାକୁର ଉପାସ ରହୁଛନ୍ତି । ଆଗକୁ ଜାଗର ଅଛି । ତେଣୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ଯେପରି କୌଣସି ବିଭ୍ରାଟ ହେବନି , ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିବେ , ଆଗାମୀ ଦିନରେ କିପରି ସେବାୟତ, ନିଯୋଗ ସମୂହ ଓ ପ୍ରଶାସନ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ସେବାରେ ବ୍ୟାହତ ସୃଷ୍ଟି ହେବନି ସେନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଲିଙ୍ଗରାଜମନ୍ଦିରର ଶୃଙ୍ଖଳିତ ନୀତି ଏବଂ ପୂଜାବିଧିକୁ ସୂଚାରୁରୂପେ ସମ୍ପାଦନ କରିବା ନେଇ ଆଲୋଚନା ହୋଇଥିଲା । ବୈଠକରେ ମୁଖ୍ୟ ସଚିବ ସ୍ପଷ୍ଟ ଭାବେ କହିଥିଲେ ଯେ ଲିଙ୍ଗରାଜ ମହାପ୍ରଭୁ ସାରା ଓଡ଼ିଶାର ଭକ୍ତ ଓ ଶ୍ରଦ୍ଧାଳମାନଙ୍କର ଆରାଧ୍ୟ ଦେବତା । ତେଣୁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ପ୍ରକାର ଅବହେଳା ଗ୍ରହଣୀୟ ନୁହେଁ । ଆସନ୍ତା ୧୫ ତାରିଖରେ ଜାଗର ଉତ୍ସବ ଅନୁଷ୍ଠିତ ହେବ । ତେଣୁ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରିବା ଏକ ବଡ଼ ଆହ୍ବାନ୍। ଶୃଙ୍ଖଳିତ ଦର୍ଶନ ନେଇ ରୋଡ ମ୍ୟାପ ପ୍ରସ୍ତୁତ କରାଯିବ ।

More Stories
ଅଭିଯୁକ୍ତ ଚମ୍ପଟ୍ ଘଟଣା, ୩ପୋଲିସ ସସ୍ପେଣ୍ଡ୍
୧୧,୨୦୦ କୋଟି ଟଙ୍କା ନିବେଶରେ ନିର୍ମିତ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ, ଏମ୍ସ ଭୁବନେଶ୍ବର ଓ ନାମ୍ସ ପକ୍ଷରୁ ଆଞ୍ଚଳିକ ଚିକିତ୍ସା ଶିକ୍ଷା କାର୍ଯ୍ୟକ୍ରମ