ମ୍ୟାଜିକ୍ ଅଫ୍ 5ଟି ମନ୍ତ୍ର


‘ମ୍ୟାଜିକ୍ ଅଫ୍ 5ଟି ମନ୍ତ୍ର ଏ ଟେଲ୍ ଅଫ୍ ଟ୍ରାନ୍ସଫରମୀଂଗ୍ ନବରଙ୍ଗପୁର’ ଲୋକାର୍ପିତ ଭୁବନେଶ୍ୱର ୩୦ ନଭେମ୍ବର :ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବରିଷ୍ଠ ପ୍ରଶାସକ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ରଙ୍କ ଲିଖିତ ପୁସ୍ତକ ‘ମ୍ୟାଜିକ୍ ଅଫ୍ ଫାଇଭ୍ ଟି ମନ୍ତ୍ର ଏ ଟେଲ୍ ଅଫ୍ ଟ୍ରାନ୍ସଫର୍ମୀଗ୍’ ଲୋକାର୍ପିତ ହୋଇଛି । ଫାଇଭ୍ ଟି ଅଧ୍ୟକ୍ଷ ତଥା ନବୀନ ଓଡିଶା ମୁଖ୍ୟ ଶ୍ରୀ ଭି କେ ପାଣ୍ଡିଆନଙ୍କ ଉପସ୍ଥିତିରେ ଏହି ପୁସ୍ତକ ଲୋକାର୍ପିତ ହୋଇଛି । ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ ଇନ ବୁକ୍ସ୍ୱ’ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଫାଇଭ୍ ଟି ମନ୍ତ୍ର ଦ୍ୱାରା ଅନୁପ୍ରେରିତ ନବରଙ୍ଗପୁର ଜିଲ୍ଲାର ରୂପାନ୍ତରଣର ସଫଳ କାହାଣୀ ଚିତ୍ରିତ ହୋଇଛି । ଡଃ ମିଶ୍ର ଏହି ଜିଲ୍ଲାରେ ୨୦୧୮ ରୁ ୨୦୨୧ ମସିହା ପାର୍ଯ୍ୟନ୍ତ ଜିଲ୍ଲାପାଳ ଥିବା ମଧ୍ୟରେ ଶିକ୍ଷା , ସ୍ୱାସ୍ଥ୍ୟ , କୃଷି, ଗମନାଗମନ, ପ୍ରାଣୀସସମ୍ପଦ , ଜଙ୍ଗଲ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଉଲ୍ଳେଖଯୋଗ୍ୟା ବିକାଶ ସମ୍ଭବପର ହୋଇଥିଲା । ଫଳ ସ୍ୱରୂପ ୨୦୧୮ ରେ ୧୧୨ ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ୧୦୯ ସ୍ଥାନରେ ଥିବା ନବରଙ୍ଗପୁର ଜିଲ୍ଲା ୨୦୨୧ ବେଳକୁ ସମଗ୍ର ଦେଶରେ ୧୩ତମ ସ୍ଥାନକୁ ଉନ୍ନୀତ ହେବା ସହ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଭିଏତନାମ ଠାରେ ଅନୁଷ୍ଠିତ ବିଶ୍ୱ ସମ୍ମେଳନରେ ନବରଙ୍ଗପୁର ବିକାଶ ମଡ଼େଲ ପ୍ରଶଂସିତ ହେବା ସହ ମର୍ଯ୍ୟାଦାଜନକ ସ୍କଚ ଆୱାର୍ଡ ରେ ସମ୍ମାନିତ ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପି ଏଚ ଡି ଉପାଧି ଲାଭ କରିଥିବା ଡଃ ଅଜିତ କୁମାର ମିଶ୍ର 1989 ରେ ଓଡିଶା ପ୍ରଶାସନରେ ଯୋଗ ଦେଇଥିଲେ । ସେ ଅତୀତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓ ଏସ ଡି ଓ ବ୍ରହ୍ମପୁର ମହାନଗର ନିଗମ କମିଶନର ଭାବରେ ସଫଳତା ସହ ଦାୟିତ୍ୱ ନିର୍ବାହ କରି ପ୍ରଶଂସିତ ହୋଇଛନ୍ତି ।


error: Content is protected !!