February 9, 2026

Now Odisha

Now Odisha

ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତର କୁଷପୁର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଅଶାନ୍ତ ହୋଇପଡିଛି ।

Spread the love

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତର କୁଷପୁର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଅଶାନ୍ତ ହୋଇପଡିଛି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ଏହା ପୂର୍ବରୁ ଏଭଳି ରାଜନୈତିକ ହିଂସା ଦେଖାଯାଇଛି। ସମିତିସଭ୍ୟଙ୍କ ଘରେ ପଶି ତାଙ୍କୁ ଘୋଷାଡି ଘୋଷାଡି ଗାଁଦାଣ୍ଡରେ ନିର୍ମମ ଭାବେ ଖଣ୍ଡାରେ ହଣାଯାଇ ଥିବାବେଳେ ଅନ୍ୟ ତିନିଜଣଙ୍କୁ ମଧ୍ୟ ଖଣ୍ଡା,କାତି,ପଞ୍ଛାରେ ଆକ୍ରମଣ କରି ରକ୍ତାକ୍ତ କରିପକାଇଛନ୍ତି ଦୁର୍ବୃତ୍ତ। ଆହାତମାନେ ହେଲେ ସମିତିସଭ୍ୟ ପ୍ରକାଶ ନାହାକ, ରୋହିତ ନାହାକ,ପ୍ରମୋଦ ନାହାକ ଓ କ୍ରୁଷ୍ଣ ନାହାକ। ଏ ସମସ୍ତ ଆହାତଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଖବରପାଇ ଥାନା ଆଇଆଇସି ରାଜେଶକୁମାର ନାୟକ ଘଟଣାସ୍ଥଳକୁ ଯାଇ ପୋଲିସ ସୁରକ୍ଷାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିବାବେଳେ ପାଞ୍ଚଜଣଙ୍କୁ ଧରିଆଣି ସେମାନଙ୍କୁ ଜେରା କରି ତଦନ୍ତ ଚଲାଇଛନ୍ତି । ଏହି ଘଟଣାରେ ଯେଉଁ ବ୍ୟକ୍ତିି ସଂପୃକ୍ତ ରହିଥିବେ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି । ଘଟଣାରୁ ଜାଣିବାକୁ ମିଳିଛି ଯେ ଗ୍ରାମରେ ଏକ ବିବାହ ଭୋଜିର ଶୋଭାଯାତ୍ରା ଚାଲିଥିବାବେଳେ ଏହାର ସୁଯୋଗ ନେଇ ବିରୋଧି ଗୋଷ୍ଠୀ ପକ୍ଷରୁ ପୂର୍ବ ରାଜନୈତିକ ଶତ୍ରୁତାରୁ ଆକ୍ରମଣ କରିବା ଲାଗି ଯୋଜନାବଦ୍ଧ ଭାବରେ ମାରଣା ଅସ୍ତ୍ରମାନ ସହ ସଜ୍ଜିତ ହୋଇରହିଥିଲେ । ଏହି ସମୟରେ ଅପରପକ୍ଷର ରୋହିତ ନାହାକଙ୍କୁ ଆକ୍ରମଣ କରିଥିଲେ ଫଳରେ ସେ ଜୀବନ ରକ୍ଷା କରିବା ଲାଗି ଦୌଡି ଆସି ତାଙ୍କର ସମ୍ପର୍କୀୟଙ୍କୁ ଜଣାଇଥିଲେ। ସମ୍ପର୍କୀୟମାନେ ଯିବାରୁ ତାଙ୍କୁ ମଧ୍ୟ ଖଣ୍ଡାରେ ହାଣି ଆକ୍ରମଣ କରିବା ସହ ସମିତିସଭ୍ୟ ପ୍ରକାଶ ନାହାକଙ୍କ ଘର ନିକଟରେ ଆକ୍ରମଣ ଲାଗି ଗାଳିଗୁଲଜ କରି ଆସିଥିଲେ । ଏହାଦେଖି ଘରବାରଣ୍ଡାରେ ଠିଆହୋଇଥିବା ପ୍ରକାଶ ଘର ମଧ୍ୟକୁ ଚାଲିଯାଇଥିବାବେଳେ ତାଙ୍କୁ ଘରେ ପଶି ଘୋଷାଡି ଘୋଷାଡି ଗାଁ ଦାଣ୍ଡକୁ ଆଣି ତଳେ ପକାଇ ମାଡମାରି ଖଣ୍ଡାରେ ହାଣି ଆକ୍ରମଣ କରିଛନ୍ତି । ଏହି ଘଟଣାକୁ ନେଇ ସରପଞ୍ଚ ହିନଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ରାଜନୈତିକତା କାରଣରୁ ଏଭଳି ଘଟିଛି । ତାଙ୍କର ଲୋକପ୍ରିୟତାକୁ ବିରୋଧୀ ଗୋଷ୍ଠୀ ମଧ୍ୟ କରିନପାରି ଏପରି ଆକ୍ରମଣ କରି ଲୋକଙ୍କୁ ଭୟଭୀତ କରାଇ ଆଗାମି ପଞ୍ଚାୟତନିର୍ବାଚନ ପାର୍‌ ହେବାକୁ ଚେଷ୍ଟା କରୁଛନ୍ତି । ତୁରନ୍ତ ପୋଲିସ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇ ଅପରାଧିମାନଙ୍କୁ ଗିରଫ କରିବାକୁ ଦାବି ହୋଇଛି।

error: Content is protected !!