February 9, 2026

Now Odisha

Now Odisha

ଭଲ ପାଠ ପଢ଼ି ସୁନାମ ଆଣନ୍ତୁ ଛାତ୍ରୀଛାତ୍ର’ |

Spread the love

ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବୀଣାପାଣି ନର୍ସରୀ ସ୍କୁଲର ୩୯ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପରିଚାଳନା କମିଟି ସଭାପତି ତଥା ବରିଷ୍ଠ ଆଇନଜୀବୀ ରସାନନ୍ଦ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍କୁଲର ଛାତ୍ରୀଛାତ୍ର ଭଲ ପାଠ ପଢ଼ି କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେବା ସହ ଅନୁଷ୍ଠାନର ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ।ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ରାଜ୍ୟ ସାଧାରଣ ସମ୍ପାଦକ ହରପ୍ରସାଦ ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ବହୁ ଘାତ ପ୍ରତିଘାତ ମଧ୍ୟରେ ଗତି କରୁଥିବା ଏହି ସ୍କୁଲ ସମଗ୍ର ଅଞ୍ଚଳରେ ସୁନାମ ଅର୍ଜନ କରିଥିବା କହିଥିଲେ। ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ଶଙ୍କର ନାରାୟଣ ବେଜ, ବିଜୟ ଲକ୍ଷ୍ମୀ ନାରାୟଣପୁର ବିନୋବା ହାଇସ୍କୁଲ ପ୍ରଧାନଶିକ୍ଷକ ଅଶୋକ କୁମାର ପାଣିଗ୍ରାହୀ, ସରକାରୀ ଓକିଲ ପରେଶ ଚନ୍ଦ୍ର ରଥ, କାଉନସିଲର ସୁଶାନ୍ତ କୁମାର ପାତ୍ର ଏବଂ ଦୀପକ କୁମାର ମିଶ୍ର, ସିଆରସିସି ଅନିଲ କୁମାର ଦାସ ଏବଂ ଅଳକା କୁମାରୀ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍କୁଲ ପରିଚାଳନା କମିଟି ସମ୍ପାଦକ ବଳରାମ ମହାରଣାଙ୍କ ସଂଯୋଜନାରେ ସ୍କୁଲ ଉପାଧ୍ୟକ୍ଷା ରୀତାଞ୍ଜଳି ମହାରଣା ସ୍ବାଗତ ଭାଷଣ ଦେଇଥିବା ବେଳେ ଶେଷରେ ସ୍କୁଲ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଶିଶୁମାନଙ୍କୁ ପୁରସ୍କୃତ କରାଯିବା ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

error: Content is protected !!