ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ


ନୀଳଗିରି:(ବିମଳ କୁମାର ଦଳେଇ):- ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ସନ୍ତରାଗଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି।ମୁଖ୍ୟଅତିଥି ଭାବରେ ନୀଳଗିରି ବିଧାୟକ ଇଞ୍ଜିନିଅର ସୁକାନ୍ତ କୁମାର ନାୟକ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ ସମାଜରେ ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଅନୁଷ୍ଠିତ ଏହି ଭିନ୍ନକ୍ଷମ ସଭାରେ ABO ରତ୍ନାକର ଦାସ ସଭାପତିତ୍ୱ କରିଥିବା ବେଳେ, ସ୍କୁଲର ପ୍ରଧାନଶିକ୍ଷକ ହେମନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ବକ୍ତା ଭବରେ ଯୋଗ ଦେଇଛନ୍ତି।ସମ୍ମାନିତ ଅତିଥି ଭାବେ SMC ସଭାପତି ମୁକ୍ତିକାନ୍ତ ବାରିକ, CRCC ସଞ୍ଜୟ ପାତ୍ର, ଶ୍ୟାମସୁନ୍ଦରପୁର ସରପଞ୍ଚ ପୁରୁଷୋତ୍ତମ ସେଠି, କାଣ୍ଡଗରଡ଼ି ସରପଞ୍ଚ ରାଜେନ୍ଦ୍ର ରାଉତ ମଂଚାସୀନ ଥିବା ବେଳେ ମଞ୍ଚକୁ ପରିଚାଳନା କରିଛନ୍ତି।ବିଦ୍ୟାଳୟର ଶିକ୍ଷକ ବିଦ୍ୟାଧର ବେହେରା ଶୁଣିଲ କୁମାର ଖଣ୍ଡେଇ ଏବଂ ଗାୟତ୍ରୀ ନାୟକ, ଧନ୍ୟବାଦ ଅର୍ପଣ କରିଛନ୍ତି।ଶିକ୍ଷକ ଶନିଶ୍ଚ ରଞ୍ଜନ ବେହେରା,BRP CWSN ଲମ୍ବୋଦର ମିଶ୍ର ଏବଂ ମଲିକ ଲତା ନାୟକଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଅନ୍ୟ ମାନଙ୍କ ମଧ୍ୟରେ ମହେଶ୍ୱର ମାଝୀ, ମୁରଲୀଧର ନାୟକ ବିଜୟ ବେହେରା ଏବଂ ସ୍କୁଲର କିରାଣୀ ମିହିର ମହାରଣାଙ୍କ ସହିତ ପିଅନ ଭାଗବତ ବେହେରା ଓ ରତ୍ନାକର ସେଠି ସହଯୋଗ କରିଛନ୍ତି। ସକାଳ 10 ଘଟିକା ସମୟରେ ସ୍କୁଲର ଛାତ୍ର ଛାତ୍ରୀ ମନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ସନ୍ତରାଗଡିଆ ବଜାର ପରିକ୍ରମା କରିବା ସହିତ ଅତିଥି ମାନଙ୍କୁ ସ୍କୁଲ ଫାଟକ ପାଖରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି।ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କ ସହିତ ଅଭିଭାବକ ଏବଂ ଅନ୍ୟ ସହସ୍ରାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିବା ବେଳେ ଉପସ୍ଥିତ ଥିବା ସମସ୍ତ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ସହିତ ଆବଶ୍ୟକୀୟ କୀଟ ବ୍ୟାଗ ଉପହାର ସଦୃଶ ଅତିଥିଙ୍କ କର କମଳରୁ ପ୍ରଦାନ କରାଯାଇଛି।ସଭାର ପରବର୍ତୀ ମୁହୂର୍ତରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଭାସ୍ଥଳୀରେ ଆନନ୍ଦ ଉଲ୍ଲାସ ଖେଳି ଯାଇଛି।


error: Content is protected !!