ଜଟଣୀ ବିଜେପିର ବିଶାଳ ବାଇକ ଶୋଭାଯାତ୍ରା


ଏଥର ଆଉ ଛାଡିବନି ଜଟଣୀ ବିଜେପି।ମଉକା ଦେଖି ଚଉକା ମାରିବ ଜଟଣୀ ବିଜେପି।ଏବେ ହୋଇଥିବା ନିର୍ବାଚନରେ ବିଜେପି ତିନୋଟି ରାଜ୍ୟରେ ବାଜିମାତ କରି ସାରିଛି।ଆଗକୁ ଓଡିଶା ସହ ଜଟଣୀରେ ବି ହେବ ଡବଲ ଇଞ୍ଜିନ ସରକାର ଯଦିଓ ଗତ ସାଧାରଣ ନିର୍ବାଚନରେ ଜଟଣୀ ବିଧାନସଭା ସିଟ ବିଜେପି ହାତେଇ ପାରିନଥିଲା କିନ୍ତୁ ଜଟଣୀ ନିର୍ବାଚନ ମଣ୍ଡଳୀ ଭୁବନେଶ୍ୱର ଲୋକସଭା ସଂସଦୀୟ କ୍ଷେତ୍ର ଅଧୀନ ଓ ଭୁବନେଶ୍ୱର ଲୋକସଭା ସଂସଦୀୟ କ୍ଷେତ୍ରର ଫାୟାର ବ୍ରାଣ୍ଡ ଓ ଲୋକପ୍ରିୟ ସାଂସଦ ହେଉଛନ୍ତି।ଅପରାଜିତା ଷଡ଼ଙ୍ଗୀ ଜଟଣୀ ନିର୍ବାଚନ ମଣ୍ଡଳୀରେ ସାଂସଦ ଅପରାଜିତା ନିଜ ସହକର୍ମୀ ମାନଙ୍କ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଜାରୀ ରଖିଛନ୍ତି।ତେବେ ସାଂସଦ ଅପରାଜିତାଙ୍କ ନୂତନ ଜଟଣୀ ନଗର ପ୍ରତିନିଧି ଭାବେ ସତୀଶ ଶର୍ମା ନିଯୁକ୍ତ ହେବାପରେ ଚଳାଚଞ୍ଚଳ ହୋଇ ଉଠିଛି ଜଟଣୀ ଏମିତି କିଛି ଦେଖିବାକୁ ଓ ଶୁଣିବାକୁ ମିଳିଥିଲା। ଡିସେମ୍ବର ତିନି ତାରିଖ ରବିବାର ଦିନ ଅବସର ଥିଲା।ଜଟଣୀ ନଗର ବିଜେପି ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ଏବଂ ହୋଇଥିଲା ବିଶାଳ ବାଇକ ଶୋଭାଯାତ୍ରା ଏ ବାବଦରେ ଆମ ଜଟଣୀ ପ୍ରତିନିଧି ପ୍ରଦୀପ୍ତ କୁମାର ମାର୍ଥାଙ୍କ ସ୍ୱତନ୍ତ୍ର ଉପସ୍ଥାପନା।


error: Content is protected !!