ପୁଣି ଚର୍ଚ୍ଚାରେ ଚୌଦ୍ବାର ସର୍କଲ ଜେଲ।
କଏଦୀ ଖସେଇ ଦେବା, ଜେଲ ଭିତରେ ଆସାମୀଙ୍କ ମୃତ୍ୟୁ ଭଳି ଗୁରୁତର ଅଭିଯୋଗ ଥମିନଥିବାବେଳେ, ଏବେ ଆଉ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି।
ମାହାଙ୍ଗା ଅଞ୍ଚଳର ମହିଳା ଇତିଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ଯେ, ୨୩ ସେପ୍ଟେମ୍ବର ୨୦୨୫ ରେ ଜେଲକୁ ଯିବା ସମୟରେ ତାଙ୍କ ପାଖରେ ଥିବା ସୁନା ଗହଣା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଜମା ଦେଇଥିଲେ।
କିନ୍ତୁ ତିନି ମାସ ପରେ ଜେଲରୁ ମୁକ୍ତି ପାଇବା ପରେ ଯେତେବେଳେ ସୁନା ଫେରତ ମାଗିଲେ, ସେତେବେଳେ ଜେଲ କର୍ତ୍ତୃପକ୍ଷ ଟାଳମଟାଳ କରିଥିବା ଅଭିଯୋଗ ଆସିଛି।
ଆଜି ସ୍ୱୟଂ ଜେଲରେ ପହଞ୍ଚି ପଚାରିବାରୁ ବର୍ତ୍ତମାନ ଜେଲର ସୁଜିତ କୁମାର ରାଉତ କହିଥିଲେ, ପୂର୍ବତନ ଜେଲର ସନ୍ତୋଷିନୀ ଦାସଙ୍କ ପାଖରେ ସେହି ସୁନା ରହିଛି।
ଏହାପରେ ଇତିଶ୍ରୀ ଚୌଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅନ୍ୟପଟେ, ଜେଲ ଡିଆଇଜି ଘଟଣାର ତଦନ୍ତ କରିବେ ବୋଲି ସୂଚନା ମିଳିଛି।

More Stories
ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ |
ଝାରସୁଗୁଡ଼ା ଜମି ଦୁର୍ନୀତି କାଣ୍ଡ: ଡିଏସଆରଙ୍କ ଭୂମିକାକୁ ନେଇ ବଢ଼ୁଛି ସନ୍ଦେହ, ବିସ୍ତୃତ ତଦନ୍ତ ଆରମ୍ଭ |
ବିଷ ବଲୟରେ : ଝାରସୁଗୁଡ଼ା, ଶୋଇ ପଡ଼ିଛି ପ୍ରଦ୍ୟୁଷଣ ବିଭାଗ