ସରକାରଙ୍କ ମାଳ ମାଳ ଚାଷୀ ବିରୋଧୀ ଯୋଜନାର ମନଲୋଭା କାହାଣୀକୁ ନେଇ ଆତଙ୍କିତ ହେଲେଣି ଚାଷୀ । ଘୋଷଣା ସର୍ବସ୍ବ ଡବଲ ଇଞ୍ଜିନ ସରକାରରେ ପ୍ରଥମ ବର୍ଷର ଚାଷୀ ପ୍ରୀତି ପରେ ମୁହଁ ଫେରାଇଲେଣି ଓଡ଼ିଆ । ଏହି ସ୍ଥିତିରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜ ପଲ୍ଲୀ ଓ ମାଲାବରମ ପଞ୍ଚାୟତ ଧାନମଣ୍ଡିରେ ଚାଲିଥିବା ବ୍ୟାପକ ଅବ୍ୟବସ୍ଥା ନେଇ ଚାଷୀ କରିଛନ୍ତି ଅଭିଯୋଗ ।ଆଉ ଏହାକୁ ବିରୋଧ କରି ରାଜରାସ୍ତାରେ ଧାନ ପକାଇ ଚାଷୀଙ୍କ ପ୍ରତିବାଦ । ମାଲକାନଗିରିରୁ ମୋଟୁକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଶହ ଶହ ଚାଷୀ ।
ମଣ୍ଡି ଅଚଳାବସ୍ଥାକୁ ନେଇ ଏମପିଭି-୮୧ ଠାରେ ରାଜରାସ୍ତାରେ ଦେଖିବାକୁ ମିଳିଛି ଏଭଳି ପ୍ରତିବାଦ । ଅଭିଯୋଗ ପ୍ରକାରେ ମଣ୍ଡିରେ ବିକ୍ରି ହୋଇପାରୁନି ଧାନ । ଶୀତ କାକରରେ ଉଜାଗର ହୋଇ ଧାନ ବିକ୍ରି ଅପେକ୍ଷାରେ ଚାଷୀ , ଆରମ୍ଭରୁ ହିଁ ଝୁଣ୍ଟୁଛି ମଣ୍ଡି ।
—- ଗୋଟିଏ ଦୁଇଟି ସ୍ଥାନ ନୁହେଁ, ସମଗ୍ର କାଲିମେଳା ବ୍ଲକର ବିଭିନ୍ନ ମଣ୍ଡିରେ ହେଉଛି ଚରମ ବିଶୃଙ୍ଖଳା ଅଭିଯୋଗ ।
ସରକାରଙ୍କ ଅଜବ ଆଉ ଅଦୂରଦର୍ଶୀ ମଣ୍ଡି କାର୍ଯ୍ୟ ପରିଚାଳନାରୁ ଗୋଟିଏ ବି ମଣ୍ଡି ସଠିକ ଢଙ୍ଗରେ ଚାଲୁନଥିବା ଚାଷୀ କରିଛନ୍ତି ଅଭିଯୋଗ କରିଛନ୍ତି ।
ମଣ୍ଡିରେ ଧାନ ବିକା ଏବେ ଚାଷୀଙ୍କ ପାଇଁ ପାଲଟିଛି ଯନ୍ତ୍ରଣା ।
କେତେବେଳେ ଟୋକନ୍ ମିଳୁନି ତ ଆଉ କେତେବେଳେ ଖୋଲୁନି ମଣ୍ଡି ।
ଆଉ ଯେଉଁଠି ମଣ୍ଡି ଖୋଲିଛି, ସେଠୁ ଉଠୁନି ଧାନ।
ଏମିତି ଯାବତୀୟ ସମସ୍ୟା ଦେଇ ଗତି କରୁଛନ୍ତି ଚାଷୀ । ଫଳରେ ଆଜି ଏମପିଭି-୮୧ ରେ ମହାରାଜ ପଲ୍ଲୀ ଓ ମାଲାବରମ ପଞ୍ଚାୟତର ଦୁଇ ସରପଞ୍ଚ ମୁତା ସୋଡି ଓ ଦୁର୍ଗା ପ୍ରସାଦ ମାଡି ଓ ସ୍ଥାନୀୟ ଚାଷୀ ମାଲକାନଗିରି ରୁ ମୋଟୁ କୁ ସଂଯୋଗ କରିଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ମୋଟୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଚାଷୀଙ୍କ ସହ ଆଲୋଚନା କରିବାର ଦେଖି ବାକୁ ମିଳିଛି l

More Stories
ଶ୍ରମିକ ସଂଗଠନମାନଙ୍କ ଦ୍ଵାରା ଆସନ୍ତାକାଲି ଧର୍ମଘଟକୁ ସଫଳ କରିବା ପାଇଁ ଫରୱାର୍ଡ ବ୍ଲକର ଆହ୍ୱାନ
ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି ।
ପରିବହନରୁ ପ୍ରଗତୀ: ଏକ ଦୂରଦର୍ଶୀ ନେତୃତ୍ୱର ସଫଳ ଯାତ୍ରା