ଖୋର୍ଦ୍ଧା,୧୧ା୯ ବୋଲଗଡ଼ ଥାନା ହାଟବସ୍ତରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ୨ଯୁବକ ଗୁରୁତର ଆହତ ହୋଇଛନ୍ତ। ଗୁରୁତର ଦୁଇ ଯୁବକ ଦ୍ବୟ ହେଲେ ବଡ଼କୁମ୍ଭାରୀ ଗାଁର ମାନସ ଜେନା ଓ ଟୁଲୁ ପରିଡ଼ା। ଉଭୟଙ୍କୁ ଗୁଳିମାଡ଼ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଜସୁନାଖଳା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ବୋଲଗଡ଼ ପୋଲିସ ଛାନଭିନ ଚଳାଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଦୁଇଜଣଙ୍କୁ ଅଟକ ରଖିଛି।
ସୂଚନା ମୁତାବକ ବୁଧବାର ବିଳମ୍ବିତ ରାତିରେ ୬ରୁ ୮ ଯୁବକ ବଡ଼କୁମ୍ଭାରୀ ଗାଁକୁ ୩ଟି ବାଇକ୍ରେ ଆସି ଫିଲ୍ମଷ୍ଟାଇଲ୍ରେ ୨ ଯୁବକଙ୍କୁ ଅପହରଣ କରି ନେଇଥିଲେ। ତା’ପରେ ବୋଲଗଡ଼ ଓ ଭାପୁର ପୋଲିସ ମିଳିତ ଚଢ଼ାଉ କରିବା ସମୟରେ ଭାପୁର ଥାନା ଅନ୍ତର୍ଗତ ବାଲିଆପଡ଼ା ନିକଟରେ ଛାଡ଼ି ଅଭିଯୁକ୍ତମାନେ ଫେରାର ହୋଇଥିଲେ। ପୋଲିସ ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇଜଣଙ୍କୁ ସୁନାଖଳା ମେଡିକାଲ ଭର୍ତ୍ତି କରିଥିଲା। ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେବା ସହ ଏ ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |