ଭୁବନେଶ୍ୱର,୧୨।୯: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ଏବଂ କାମାଖ୍ୟାନଗରର ପୂର୍ବତନ ବିଧାୟକ ତଥା ବିଜେଡି ସରକାରରେ ବରିଷ୍ଠ ମନ୍ତ୍ରୀ ଥିବା ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳବିରୋଧୀ କାର୍ଯ୍ୟ ଯୋଗୁଁ ଦଳରୁ ନିଲମ୍ବନ କରାଯାଇଛି। ଏହି ନିଲମ୍ବନ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ଉପସଭାପତି ପ୍ରତାପ ଜେନାଙ୍କ ଦ୍ୱାରା କରାଯାଇଛି। ତେବେ ନିଲମ୍ବନ ପରେ ବିସ୍ଫୋରକ ବୟାନ ଦେଇଛନ୍ତି ପ୍ରଫୁଲ୍ଲ। ସେ କହିଛନ୍ତି, ମୁଁ କିଛି ଦଳ ବିରୋଧୀ କାମ କରିନି। ମୁଁ ଆଜି ସକାଳୁ ଇସ୍ତଫା ଦେଇଛି। ପରେ ସେ ମୋତେ ସସପେଣ୍ଡ କରିଛନ୍ତି। କାହିଁକି ସସପେଣ୍ଡ କରିଛନ୍ତି ମୁଁ ଜାଣିିନି ବୋଲି ପ୍ରଫୁଲ୍ଲ କହିଛନ୍ତି।
ଗତକାଲି ଦଳକୁ ବଡ ଚେତାବନୀ ଶୁଣାଇ ପ୍ରଫୁଲ୍ଲ କହିଥିଲେ,ଦଳ ଠିକ ଢଙ୍ଗରେ ନ ଚାଲେ ଦଳଠୁ ଦୂରେଇ ଯିବି। ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି। ପୁରୁଣା ବିଜେଡିକୁ ସଠିକ ଭାବେ ଚଳାଇବାକୁ ପଡିବ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…