ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଟିଆ ପରିସରରେ ୨୩ତମ ବାର୍ଷିକ ଖେଳକୁଦ ସମାରୋହ ଉଦଘାଟନ


ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଟିଆ ପରିସରରେ ୨୩ତମ ବାର୍ଷିକ ଖେଳକୁଦ ସମାରୋହ ଉଦଘାଟନ ଉତ୍ସବ ତିନି ଦିନ ଧରି ଅନୁଷ୍ଠିତ ‌ହୋଇଯାଇଛି।ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଦଧିବାମନ ଉଚ୍ଚ ବିଦ୍ୟାଳୟ ର ଶାରୀରିକ ଶିକ୍ଷକ ମାନନୀୟ ଶ୍ରୀଯୁକ୍ତ ପ୍ରମୋଦ କୁମାର ରାଉତ ଏବଂ ଉଦଯାପନୀ ଉତ୍ସବରେ ଭାରତୀୟ ଯୋଗ ସଂସ୍ଥାନର ପ୍ରାନ୍ତ ମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ମୂରଲୀଧର ସୁବୁଦ୍ଧି ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅବସରପ୍ରାପ୍ତ କ୍ୟାସିୟର ତଥା ଭାରତୀୟ ଯୋଗ ସଂସ୍ଥାନର ପ୍ରାନ୍ତ ସଦସ୍ୟ ମାନନୀୟ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହିଥିଲେ ଏବଂ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଟିଆର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଜେଶ କୁମାର ପାଣି ଏବଂ ସରସ୍ଵତୀ ଇଣ୍ଟରନ୍ୟାସଲାଲ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୌଦାମିନୀ ପଟ୍ଟନାୟକଙ୍ଏବଂ ସମସ୍ତ ଗୁରୁଜୀ ଗୁରୁମା କାର୍ଯକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।ସଭା ଶେଷରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଅଭିଭାବିକା ମାନଙ୍କର ସଙ୍ଗୀତ ଚଉକି ପ୍ରତିଯୋଗିତା କରାଯାଇଥିଲା।


error: Content is protected !!