ଚେନ୍ନାଇ: ଅଭିନେତା ତଥା ରାଜନେତା ବିଜୟଙ୍କ ସହିତ ତାଙ୍କ ନାମ ଯୋଡି ଅପମାନଜନକ ମନ୍ତବ୍ୟ ଦେବାକୁ ନେଇ ଲୋକପ୍ରିୟ ଅଭିନେତ୍ରୀ ତ୍ରିଶା କ୍ରିଷ୍ନନ ତାମିଲନାଡ଼ୁ ବିଜେପି ମୁଖ୍ୟ ନୈନାର୍ ନାଗେନ୍ଦ୍ରନଙ୍କୁ ତୀବ୍ର ନିନ୍ଦା କରିଛନ୍ତି। ତ୍ରିଶା ତାଙ୍କ ଓକିଲଙ୍କ ଏକ ବିବୃତିକୁ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ସେୟାର କରି ନାଗନ୍ଦ୍ରେନଙ୍କ ମନ୍ତବ୍ୟକୁ ଅରୁଚିକର ବୋଲି କହିଛନ୍ତି।ରାଜ୍ୟ ରାଜନୀତିରେ ଏତେବଡ଼ ପଦବୀରେ ଥିବା ଜଣେ ବ୍ୟକ୍ତିଙ୍କଠାରୁ ଏପରି ଅନୁପଯୁକ୍ତ ଓ ଅରୁଚିକର ମନ୍ତବ୍ୟ ଆଶା କରୁନଥିଲେ ବୋଲି କହିଛନ୍ତି। ତାଙ୍କର କୌଣସି ରାଜନୈତିକ ଦଳ ସହିତ କୌଣସି ସମ୍ପୃକ୍ତି ନାହିଁ କିମ୍ବା ସେ ରଖିବାକୁ ଚାହୁନାହାନ୍ତି। ରାଜନୀତିରେ ସେ ସର୍ବଦା ନିରପେକ୍ଷତା ଅବଲମ୍ବନ କରିଆସିଛନ୍ତି ଓ ନିଜର ପରିଚୟ ଜଣେ କଳାକାର ଭାବେ ବଜାୟ ରଖିବାକୁ ଚାହାନ୍ତି ବୋଲି ଏଥିରେ କହିଛନ୍ତି।

More Stories
ଓଡ଼ିଶାରେ ଘର ଭଡ଼ା ବ୍ୟବସ୍ଥାରେ ବଡ଼ ସଂସ୍କାର; ଲିଖିତ ଚୁକ୍ତି ବାଧ୍ୟତାମୂଳକ
ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କଲେ ରାଜ୍ୟପାଳ
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ