ସାକ୍ଷୀଗୋପାଳ : ଗାଁ ମନ୍ଦିରକୁ ନେଇ ମହା ଭାରତ । ଦୁଇ ଗାଁ ହେଲେ ମୁହାଁ ମୁହିଁ । ୨୦ ରୁ ଅଧିକ ଆହତ । ଗାଁ ନାରାୟଣୀ ଠାକୁରାଣୀଙ୍କୁ ନେଇ ଦୁଇ ଗାଁ ଭିତରେ ଦେଖାଦେଇଛି ଉତ୍ତେଜନା । ତେନ୍ତୁଳିଆ ଏବଂ ବଗୁଲାପାରି ଗାଁ ମଧ୍ୟରେ ହୋଇଛି ବିବାଦ l ଗୋଟିଏ ଗାଁ ଲୋକେ କହୁଛନ୍ତି ଆମେ ଜେଜେ ବାବା ଅମଳରୁ ଠାକୁରାଣୀଙ୍କୁ ପୂଜା କରିଆସୁଛୁ ମାନେ ମନ୍ଦିର ଉପରେ ଆମର ଅଧିକାର ।ସେହିପରି ଆର ଗାଁ ଲୋକେ ମଧ୍ୟ ସମାନ କଥା କହିଆସୁଛନ୍ତି । ଆଜି ଗୋଟେ ପକ୍ଷ ପଟର ଜଣେ ଯୁବକ ମନ୍ଦିରକୁ ଦୀପ ଦାନ ଶହ ପୂଜା ପାଇଁ ଯାଇଥିବା ବେଳେ କିଛି ଲୋକ ମନ୍ଦିରକୁ ଆସିବାକୁ ବାରଣ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଉଗ୍ର ରୂପ ନେଇଥିଲା ଦୁଇ ଗାଁ । ବିବାଦ କ୍ରମଶଃ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା ।
ଉଭୟ ପକ୍ଷରୁ ୨୦ ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲ ପଠାଯାଇଛି । ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ଉଭୟ ଗାଁରେ ପୋଲିସ ଛାଉଣୀ ଶହ କଡା ନଜର ରଖିଛନ୍ତି ପୁରୀ ଏସପି ।

More Stories
ମରିସସକୁ କେତେ ଟଙ୍କା ଋଣ ଦେଇ ଧନୀ କରିଛି ଭାରତ? ଏହି ଋଣକୁ କିପରି ସୁଝିବ ମରିସସ;
ଡିଜିଟାଲ୍ ଯୁଗରେ ବି କ୍ୟାଶ୍ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା |
ଜେଲରୁ ମୁକୁଳିଲେ ରାଜପାଲ ଯାଦବ, ୯ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ଜେଲରେ |