ସନ୍ତରା ଗଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ପୁରାତନ ସଂସଦ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ନୀଳଗିରି:(ବିମଳ କୁମାର ଦଳେଇ):- ସନ୍ତରା ଗଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୁରାତନ ସଂସଦ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପ୍ରାକ୍ତନ ଛାତ୍ର ବ୍ରଜକିଶୋର ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ଏବଂ ପ୍ରାକ୍ତନ ଛାତ୍ର ଯଦୁନାଥ ରାଉତଙ୍କର ବିୟୋଗରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା କରାଯାଇଥିଲା ଏବଂ ବିଦ୍ୟାଳୟର ଶିକ୍ଷକ ଅଭାବ ଶ୍ରେଣୀ ଗୃହ ଅଭାବ ଓ ପାଠ୍ୟଉପକରଣ ପାଇଁ ଓ ଅନ୍ୟାନ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏବଂ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗି ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ବିଦ୍ୟାଳୟକୁ ଅନୁଦାନ କରାଯାଇଥିବା ପାଞ୍ଚଲକ୍ଷ ଟଙ୍କାକୁ କିପରି ସୂଚାର ରୂପେ ବିଦ୍ୟାଳୟର ଉନ୍ନତି କ୍ଷେତ୍ରରେ ତ୍ୱରାନ୍ୱିତ କରାଯିବ ସେ ନେଇ ସ୍ଥିର କରାଯାଇଥିଲା ଏବଂ ପୁରାତନ ଛାତ୍ର ସଂସଦ ପକ୍ଷରୁ ସାଂସଦ ଅନୁଦାନ କରିଥିବାରୁ ଧନ୍ୟବାଦ ଅର୍ପଣ କରିବା ସହିତ 2023-24ବର୍ଷ ବିଦ୍ୟାଳୟରେ 60 ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ପାଳନ ପାଇଁ ସ୍ଥିର କରାଗଲା।ଉକ୍ତ ବୈଠକରେ ଛାତ୍ର ସଂସଦର ସଭାପତି ଅମେରେନ୍ଦ୍ର ପଟନାୟକ,ସମ୍ପାଦକ ଡ଼ଃ ଅକ୍ଷୟ କୁମାର ପାଣିଗ୍ରାହୀ,ଶହ ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ,କୋଷଧ୍ୟକ ରାମକୃଷ୍ଣ ସ,ରମାକାନ୍ତ ପାଢ଼ୀ,ଅମୀୟ କୁମାର ପାଣିଗ୍ରାହୀ,ପ୍ରଶାନ୍ତ କୁମାର ବେହେରା,ଡ଼ଃ ଗୌରହରି ଜେନା, କପିଳ ସାମଲ,ରମାକାନ୍ତ ସ,ହଳଧର ନାୟକ,ଧରଣୀଧର ଦାସ,କରୁଣାକର ରାଉଳ,ଉଦୟ କୁମାର ମହାନ୍ତି,ଅଶୋକ ରାଉଳ,ମୁନା ରାଉତ,ଏସ.ଏମ.ସି. ସଭାପତି ମୁକ୍ତିକାନ୍ତ ବାରିକ,ଶିକ୍ଷକ ସଞ୍ଜୟ କୁମାର ବାରିକ ପ୍ରମ୍ମୁଖ ଉପସ୍ଥିତ ରହିଥିଲେ।


error: Content is protected !!