ନୂଆଦିଲ୍ଲୀ : ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିତି ୨୦୨୬ ବେଳେ ଭାରତର ଟେକ୍ ସେକ୍ଟର ସହ ଜଡ଼ିତ ଏକ ବଡ଼ ଘୋଷଣା କରାଯାଇଛି। ଇଲେକ୍ଟ୍ରନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ( MeitY)ର ସଚିବ ଏସ୍. କୃଷ୍ଣନ ସଙ୍କେତ ଦେଇଛି ଯେ ଫେବ୍ରୁଆରୀର ଶେଷ ସୁଦ୍ଧା ଦେଶ ନିଜର ପ୍ରଥମ କମର୍ସିଆଲ -ସ୍କେଲ୍ ସେମିକଣ୍ଟକ୍ଟର ଚିପ୍ ପ୍ରଡକ୍ସନର ଆରମ୍ଭ କରିପାରେ।
ଏହି ପଦକ୍ଷେପ ଭାରତର ପ୍ରଯୁକ୍ତିବିଦ୍ୟା ଆତ୍ମନିର୍ଭରତା ଦିଗରେ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।ନ୍ୟୁଜ୍ ଏଜେନ୍ସି ଏଏନଆଇ ରିପୋର୍ଟ ମୁତାବିକ, ସରକାରଙ୍କ ପକ୍ଷରୁ ସ୍ୱୀକୃତ ୧୦ସେମିକଣ୍ଡକ୍ଟର ପ୍ରୋଜେକ୍ଟସରୁ ପ୍ରଥମ ପ୍ରୋଜେକ୍ଟର ଆରମ୍ଭ ଏହି ମାସର ଶେଷସୁଦ୍ଧା ସମ୍ଭବ। ଆମେରିକାର ବଡ଼ ଚିପ୍ ମେକର କମ୍ପାନୀ ମାଇକ୍ରୋ ଟେକ୍ନୋଲଜି ଭାରତରେ ନିଜର ପ୍ଲାଣ୍ଟରୁ ପ୍ରଡକ୍ସନ ଆରମ୍ଭ କରିବ। ଏହା ପ୍ରଥମ ଥର ହେବ ଯେବେ ଭାରତରେ କମର୍ସିଆଲ ସ୍ତରରେ ସେମିକଣ୍ଡକ୍ଟରର ମ୍ୟାନୁଫାକ୍ଚରିଂ ଆରମ୍ଭ ହେବ, ଯାହା ଏବେସୁଦ୍ଧା ମୁଖ୍ୟ ରୂପେ ଇମ୍ପୋର୍ଟ ଉପରେ ନିର୍ଭରଶୀଳ । ଏହାର ସକରାତ୍ମକ ପ୍ରଭାବ ଇଲେକ୍ଟ୍ରନିକ୍ସର ହୋମ୍- ପ୍ରଡକ୍ସନ ଉପରେ ମଧ୍ୟ ପଡ଼ିବ।

More Stories
ମରିସସକୁ କେତେ ଟଙ୍କା ଋଣ ଦେଇ ଧନୀ କରିଛି ଭାରତ? ଏହି ଋଣକୁ କିପରି ସୁଝିବ ମରିସସ;
ଡିଜିଟାଲ୍ ଯୁଗରେ ବି କ୍ୟାଶ୍ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା |
ଜେଲରୁ ମୁକୁଳିଲେ ରାଜପାଲ ଯାଦବ, ୯ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ଜେଲରେ |