ପରଜଙ୍ଗ — ଜନସାଧାରଣଙ୍କ ପ୍ରମୁଖ ରାସ୍ତାରେ ରହିଛି ବିପପୂର୍ଣ୍ଣ ଶୁଖିଲା ଗଛ । ରାସ୍ତା ପାର୍ଶ୍ଵରୁ ଶୁଖିଲା ଗଛ ହଟାଇବାକୁ ସତେ ଯେପରି ତହସିଲ ପ୍ରଶାସନଙ୍କ ଚିଠି ପାଣିର ଗାର ? ଶୁଖିଲା ଗଛ ହଟାଇବା ପାଇଁ ପରଜଙ୍ଗ ତହସିଲ ପ୍ରଶାସନ ପକ୍ଷରୁ ଗତ ୨୫ ମସିହା ଜୁନ ମାସ ୨୫ ତାରିଖରେ ବନ ବିଭାଗକୁ ଚିଠି କରାଯାଇଥିଲା । କିନ୍ତୁ ଅଦ୍ୟାବଧି ୭ ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵରେ ଠିଆ ହୋଇ ରହିଛି ବିପଦ ସଙ୍କୁଳ ଶୁଖିଲା ଗଛ । କଥାରେ ଅଛି ଯେମିତି ଏପରି ଦୃଶ୍ୟ ଦେଖି ନଦେଖିବା ଭଳି ନୀରବ ଦ୍ରଷ୍ଟା ସାଜିଛନ୍ତି ବନ ବିଭାଗ ଅଧିକାରୀ ବାବୁ ମାନେ ? ଏପରି ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ଦୃଶ୍ୟ ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା ଭାଲୁମୁଣ୍ଡା ଛକରୁ ସାଆନ୍ଦା ଅଭିମୁଖେ ଯାଉଥିବା ପୂର୍ତ୍ତ ବିଭାଗ ରାସ୍ତାର କଟାବାହାଳ ଗାଁ ନିକଟରେ ଏବଂ ପରଜଙ୍ଗ ବଜାର ଦିଗରୁ ବାରିହାପୁର ଦିଗକୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ଦୁଇଟି ସ୍ଥାନରେ । କଟାବାହାଳ ଗାଁ ନିକଟରେ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ଵକୁ ଲାଗି ଏକ ଶୁଖିଲା ଗଛ ରହିଛି । ଶୁଖିଲା ଗଛରୁ ଧୀରେ ଧୀରେ ଶାଖା ପ୍ରଶାଖା ଭାଙ୍ଗି ଜନଯାତ୍ରୀ ଯାତାୟତ କରୁଥିବା ରାସ୍ତା ଉପରେ ପଡ଼ିବା ଦୃଶ୍ୟ ଦେଖିବାକୁ ମିଳୁଛି । ଶୁଖିଲା ଗଛରୁ ଡାଳ ଭାଙ୍ଗି ରାସ୍ତାରେ ପଡୁଥିବା ବେଳେ ପଥଚାରୀ ମାନେ ଏହି ଗଛ ତଳେ ଯାତାୟତ କରୁଥିବାରୁ ସେମାନଙ୍କ ପାଇଁ କୌଣସି ମୁହୂର୍ତ୍ତରେ ବିପଦର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ? ତହସିଲ ପ୍ରଶାସନ ପକ୍ଷରୁ ଏହି ଗଛ କାଟିବା ପାଇଁ ଚିଠି କରାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବନ ବିଭାଗର ନିଦ ଭାଙ୍ଗୁନାହିଁ କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଡିହଡୋଳ ଛକ ନିକଟରେ ଗୋଟିଏ ଶୁଖିଲା ଗଛ ରହିଥିବା ବେଳେ ଏହି ରାସ୍ତାରେ ବାରିହାପୁର କନକ ଦୁର୍ଗା ମନ୍ଦିର ନିକଟରେ ଗୋଟିଏ ଶୁଖିଲା ଗଛ ରାସ୍ତା ପାର୍ଶ୍ଵରେ ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ଉଭୟ ପୂର୍ତ୍ତ ବିଭାଗ ରାସ୍ତା ଦୁଇଟି ଜନସାଧାରଣଙ୍କ ପ୍ରମୁଖ ରାସ୍ତା ହୋଇ ରହିଥିବା ବେଳେ ଏହି ବିପଦ ସଙ୍କୁଳ ଶୁଖିଲା ଗଛ କେବେ ହଟୁଛି ତାହା ଦେଖିବାକୁ ବାକି ରହିଛି ?

More Stories
ହାରେକା ସାହାରା ପରିବାର ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ।
ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ
୨୫ ତାରିଖ ଦିନ ଶୁଭ ବେଳାରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି |