ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ। ପୋଲିସ ସହ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ନିର୍ବାଚିତ ପ୍ରତିନିଧିଙ୍କ ୯ଦିନ ଧାରଣା ପରେ ଆଜି ନେଇଛି ଉଗରୂପ ନେଇଥିଲା ।
ବିଡିଓ ସୁମନ ସୁଧା କୁଣ୍ଡୁ ସାଧାରଣତନ୍ତ୍ର ଦିବସରେ ମିଳିତ ପ୍ୟାରେଡ଼ ନକରାଇବା ସହ ନିଜେ ଅନୁପସ୍ଥିତ ରହି ସ୍ଥାନୀୟ ବିଧାୟକଙ୍କୁ ଅପମାନ କରିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଆଜି ବ୍ଲକ ଅଧକ୍ଷାଙ୍କୁ ବ୍ଲକ ଭିତରକୁ ପ୍ରବେଶ ନକରାଇବା ନେଇ ବିବାଦ ଉଗ୍ରରୂପ ନେଇଥିଲା । ଜନତା ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବିଡି଼ଓଙ୍କ ବଦଳି ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଦରେ ଅଟଳ ଆନ୍ଦୋଳନକାରୀ।
ଆଗକୁ ଆନ୍ଦୋଳନ ଜାରି ରଖିବା ସହ ପରିସ୍ଥିତି ଭୟଙ୍କର ରୂପ ନେବା ନେଇ ଚେତାବନୀ ଦେଇଥିଲେ । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଦୁଇଟି ଥାନାର ଥାନା ଅଧିକାରୀ, ଅତିରିକ୍ତ ଏସପି ଉପସ୍ଥିତ ରହିଛନ୍ତି । ଆନ୍ଦୋଳନକୁ ୯ଦିନ ବିତିଥିଲେ ମଧ୍ୟ ଆନ୍ଦୋଳନକାରୀଙ୍କ ପାଖରେ ଜିଲାର କୌଣସି ଅଧିକାରୀ ନପହଞ୍ଚିବାକୁ ନେଇ ବିବାଦ ଉଗ୍ରରୂପ ନେଇଛି । ଏହି ଆନ୍ଦୋଳନକୁ ସମସ୍ତ ଦଳ ସମର୍ଥନ ଦେଇଥିବା ଦେଖିବାକୁ ମିଳିଛି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…