କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା ଧମକ ଦେଇ ମୁଣ୍ଡରେ ପିସ୍ତଲ ଲଗାଇଥିଲେ ଦୁର୍ବୁତ୍ତ। ହେଲେ ସେଠାରେ ଥିବା ଜଣେ ଯୁବକ ଦୁର୍ବୁତ୍ତଙ୍କ ହାତ ଉଠାଇଦେବାରୁ ପିସ୍ତଲର ଗୁଳି ଆକାଶରେ ବ୍ଲାଙ୍କ ଫାୟାର ହୋଇଯାଇଥିଲା।
ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ଠିକାଦାର। ଏହାକୁ ନେଇ ବୁଧବାର ସକାଳରେ ଠିକାଦାର ମନ୍ଦାର ବଗିଚା ପଡାର ପ୍ରଦୀପ ନିଆଲ (୨୬) ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଟାଉନ ଥାନା ପୋଲିସ ଏକ ମାମଲା (ନଂ୬୪/୨୬) ରୁଜୁ କରି ଘଟଣାରେ ସଂପୃକ୍ତ ଥିବା ଭବାନୀପାଟଣା ସହର ଅରକାବାହାଲି ପଡାର ଝସ ଓରଫ ଯଶୋବନ୍ତ ନାଏକ (୪୦)ଙ୍କୁ ଗିରଫ କରିଛି । ଏହସହ ଅଭିଯୁକ୍ତଙ୍କ ଠାରୁ ୨ ଟି ଦେଶୀ ପିସ୍ତଲ, ୪ଟି ଜୀବନ୍ତ ଗୁଳି, ଗୋଟିଏ ମୋବାଇଲ ଫୋନ ଓ ସ୍କୁଟିକୁ ଜବତ କରିଛି । ଏନେଇ ସୂଚନା ଦେଇଛନ୍ତି ଏସପି ନାଗରାଜ ଦେବର କୋଣ୍ଡା। ମଙ୍ଗଳବାର ରାତି ୧୧ ଟାରେ ଦୟାନିଧି ଛକ ଠାରେ ଠିକାଦାର ପ୍ରଦୀପ ଟେଣ୍ଡର କାର୍ଯ୍ୟ ପାଇ ଜେସିବି ସାହାଯ୍ୟରେ ମାଟି ଖୋଲୁଥିବାବେଳେ ଏହି ସମୟରେ ଯଶୋବନ୍ତ ଘଟଣା ସ୍ଥଳକୁ ଆସି ଏହି କାମକୁ ମୋ ବ୍ୟତିତ କେହି କରି ପାରିବେନି ବୋଲି ତାଙ୍କୁ ଧମକ ଦେଇଥିଲେ ।
ଏହାସହ ଟଙ୍କା ମଧ୍ୟ ମାଗିଥିଲେ । ଏହି ସମୟରେ ଠିକାଦାର ପ୍ରଦୀପଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ମାରି ଦେବାକୁ ଉଦ୍ୟମ କରୁଥିବାବେଳେ ହଠାତ୍ ସେଠାରେ ଥିବା ଜଣେ ଯୁବକ ଅଭିଯୁକ୍ତ ଯଶୋବନ୍ତଙ୍କ ହାତକୁ ଉପରକୁ ଉଠାଇ ଦେଇଥିଲେ । ଫଳରେ ଗୁଳିଟି ଆକାଶରେ ଫାୟାରିଂ ହୋଇଯାଇଥିଲା। ଖବରଦାତା ସମ୍ମିଳନୀରେ ଏସପିଙ୍କ ସହ ଟାଉନ ଥାନା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…