January 25, 2026

Now Odisha

Now Odisha

ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ…

Spread the love

ନୂଆଦିଲ୍ଲୀ,୧୨।୯: ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଶୁକ୍ରବାର ଧମକ ମିଳିଛି। ଦୁର୍ବୃତ୍ତମାନେ ମେଲ୍‌ ଯୋଗେ ଏହି ଧମକ ଦେଇଛନ୍ତି। କୋର୍ଟର ୩ଟି ରୁମ୍‌ରେ ୩ଟି ବୋମା ଖଞ୍ଜାଯାଇଥିବା ମେଲ୍‌ରେ ଉଲ୍ଲେଖ ରହିଛି। ଦିନ ୨ଟା ପୂର୍ବରୁ ବୋମା ବିସ୍ଫୋରଣ ହେବ ବୋଲି ଦୁର୍ବୃତ୍ତମାନେ ମେଲ୍‌ରେ ଦର୍ଶାଇଛନ୍ତି।
ବୋମା ଧମକ ପରେ ଦିଲ୍ଲୀ ହାଇକୋର୍ଟକୁ ଖାଲି କରି ଦିଆଯାଇଛି। ଏପରିକି ଦିଲ୍ଲୀ ପୋଲିସ ବିଚାରପତି, ଓକିଲ ଏବଂ କର୍ମଚାରୀଙ୍କୁ ବାହାରକୁ ନେଇ ଆସିଥିବା ବେଳେ କୋର୍ଟ ପରିସରରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି। ଅନ୍ୟପକ୍ଷେ ଦିଲ୍ଲୀ ହାଇକୋର୍ଟ ପରିସରରେ ଦିଲ୍ଲୀ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

error: Content is protected !!