ନୂଆଦିଲ୍ଲୀ,୧୨।୯: ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଶୁକ୍ରବାର ଧମକ ମିଳିଛି। ଦୁର୍ବୃତ୍ତମାନେ ମେଲ୍ ଯୋଗେ ଏହି ଧମକ ଦେଇଛନ୍ତି। କୋର୍ଟର ୩ଟି ରୁମ୍ରେ ୩ଟି ବୋମା ଖଞ୍ଜାଯାଇଥିବା ମେଲ୍ରେ ଉଲ୍ଲେଖ ରହିଛି। ଦିନ ୨ଟା ପୂର୍ବରୁ ବୋମା ବିସ୍ଫୋରଣ ହେବ ବୋଲି ଦୁର୍ବୃତ୍ତମାନେ ମେଲ୍ରେ ଦର୍ଶାଇଛନ୍ତି।
ବୋମା ଧମକ ପରେ ଦିଲ୍ଲୀ ହାଇକୋର୍ଟକୁ ଖାଲି କରି ଦିଆଯାଇଛି। ଏପରିକି ଦିଲ୍ଲୀ ପୋଲିସ ବିଚାରପତି, ଓକିଲ ଏବଂ କର୍ମଚାରୀଙ୍କୁ ବାହାରକୁ ନେଇ ଆସିଥିବା ବେଳେ କୋର୍ଟ ପରିସରରେ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଅନ୍ୟପକ୍ଷେ ଦିଲ୍ଲୀ ହାଇକୋର୍ଟ ପରିସରରେ ଦିଲ୍ଲୀ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

More Stories
ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ
ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ
କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା: ହାତତିଆରି ବ୍ଲୁ ଗାଉନ୍ ପାଇଁ ଲାଗିଥିଲା ୧୫୦୦ ଘଣ୍ଟା