January 25, 2026

Now Odisha

Now Odisha

ଏୟାରପୋର୍ଟରୁ ଟେକଅଫ କରିବା ବେଳେ ଘଟିଛି ବଡ଼ ଅଘଟଣ।

Spread the love

ଏୟାରପୋର୍ଟରୁ ଟେକଅଫ କରିବା ବେଳେ ଘଟିଛି ବଡ଼ ଅଘଟଣ। ଯାତ୍ରୀଙ୍କୁ ନେଇ ରନ ୱେରୁ ଉଡ଼ାଣ ଭରିବା କ୍ଷଣି ବିମାନର ଚକା ଖସି ଯାଇଛି। ଗୁଜରାଟର କାଣ୍ଡଲା ଏୟାର ପୋର୍ଟରୁ ଉଡ଼ାଣ ଭରିଥିବା ସ୍ପାଇସ ଜେଟ୍‌ କ୍ୟୁ ୪୦୦ ସହ ଏପରି ଘଟଣା ଘଟିଛି।
ବିମାନର ଚକା ଖସିବା ବେଳେ ଏହା ମଧ୍ୟରେ ୭୫ ଜଣ ଯାତ୍ରୀ ଥିଲେ। ଗୋଟିଏ ଆଉଟର ଚକା ଖସି ଯାଇଥିଲେ ହେଁ ବିମାନଟି ଉଡ଼ାଣ ବନ୍ଦ କରି ନଥିଲା।
ଯାତ୍ରୀଙ୍କୁ ଧରି ବିମାନଟି ସିଧା ମୁମ୍ବାଇ ଯାଇଥିଲା। ମୁମ୍ବାଇ ଏୟାରପୋର୍ଟରେ ଆଉଟର ଚକା ନଥିବା ସତ୍ତ୍ୱେ ବିମାନଟି ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି। ବିମାନଟି ଠିକ ଭାବେ ଲ୍ୟାଣ୍ଡ କରିବା ପରେ ଯାତ୍ରୀମାନେ ସୁରକ୍ଷିତ ଭାବେ ଓହ୍ଲାଇଥିଲେ। ଏହାପରେ ବିମାନଟି ତା’ର ଠିକଣା ସ୍ଥାନରେ ପାର୍କିଂ ହେବାକୁ ମଧ୍ୟ ଯାଇଥିଲା ବୋଲି ସ୍ପାଇସଜେଟ ମୁଖପାତ୍ର କହିଛନ୍ତି।
ପରବର୍ତ୍ତୀ ସମୟରେ କାଣ୍ଡଲା ଏୟାରପୋର୍ଟରୁ ବିମାନରୁ ଖସି ପଡ଼ିଥିବା ଚକାକୁ ଠାବ କରାଯାଇଛି। ସେହିପରି ଗୋଟିଏ ଚକା ନଥାଇ ବିମାନଟି ଲ୍ୟାଣ୍ଡ କରିବାକୁ ଯାଉଥିବାରୁ ମୁମ୍ବାଇ ଏୟାରପୋର୍ଟରେ ଅପରାହ୍ନ ୩.୫୦ରେ ଏମର୍ଜେନ୍ସି ଘୋଷଣା କରାଯାଇଥିଲା।

error: Content is protected !!