ଏହି ୧୦ଟି ମାମଲା ମଧ୍ୟରୁ ୨ଟି ମାମଲାରେ ଚୂଡ଼ାନ୍ତ ଫର୍ମ (ଫାଇନାଲ ଫର୍ମ) ପ୍ରଦାନ କରାଯାଇଥିବା ବେଳେ ଅବଶିଷ୍ଟ ୮ଟି ମାମଲାର ତଦନ୍ତ ପ୍ରକ୍ରିୟା ଜାରି ରହିଛି।
ସେହିପରି ଶ୍ରୀମନ୍ଦିର ପରିସରକୁ ମୋବାଇଲ ଫୋନ ଧରି ଅନଧିକୃତ ଭାବେ ପ୍ରବେଶ କରିଥିବା ୭୦୦ ଜଣ ବ୍ୟକ୍ତିଙ୍କ ଠାରୁ ମୋଟ ୬,୯୩,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।ଏହି ଘଟଣାରେ ସିଂହଦ୍ୱାର ଥାନାରେ ୯ଟି ମାମଲା ରୁଜୁ ହୋଇଥିଲା। ଏଥି ମଧ୍ୟରୁ ୭ଟି ମାମଲାର ଫଇସଲା ହୋଇଥିବା ବେଳେ ୨ଟି ମାମଲାର ତଦନ୍ତ ଜାରି ରହିଛି।
ଏହା ବ୍ୟତୀତ ଶ୍ରୀମନ୍ଦିର ଭିତରେ ବା ପରିସରରେ ବେଆଇନ ଭାବେ ଫଟୋ ଓ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପ୍ରସାରଣ କରିବା ଅଭିଯୋଗରେ ସିଂହଦ୍ୱାର ଥାନାରେ ୮ଟି ମାମଲା ରୁଜୁ ହୋଇଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ୫ଟି ମାମଲାର ତଦନ୍ତ ସମାପ୍ତ ହୋଇଥିବା ବେଳେ ଅବଶିଷ୍ଟ ୩ଟି ମାମଲାର ତଦନ୍ତ ଜାରି ରହିଥିବା ଆଇନ ମନ୍ତ୍ରୀ ଲିଖିତ ଭାବେ ଗୃହକୁ ସୂଚନା ଦେଇଛନ୍ତି।

More Stories
ଜରଡା ଥାନା ଆକ୍ରମଣ ମାମଲା: ବହୁରାଜ୍ୟ ଛାପାମାରିରେ ମୁଖ୍ୟ ଅଭିଯୁକ୍ତ ଗିରଫ
୩୩% ମହିଳା ଆରକ୍ଷଣ ପାଇଁ ଏକତ୍ର ସ୍ୱର ଉଠାଇବା ଆବଶ୍ୟକ: ତପନ ଚାନ୍ଦ
ମୁଖ୍ୟ ଶାସନ ସଚିବଙ୍କ ସହିତ ଜିଲ୍ଲାପାଳମାନଙ୍କ ବୈଠକ |