February 26, 2026

Now Odisha

Now Odisha

ପିଇବାକୁ ନଥିଲା ପାଣି, ଗରମରେ ବନ୍ଦ ବସ୍ ଭିତରେ UKG ଛାତ୍ରଙ୍କ ସଂଘର୍ଷ |

Spread the love

ତଣ୍ଟି ଶୁଖିଯାଉଥିଲା, ପିଇବାକୁ ନଥିଲା ପାଣି । ଗରମ ଅସହ୍ୟ ବସ୍ ବନ୍ଦ । ୭ ଘଣ୍ଟାରୁ ଅଧିକ ସମୟ ବସ ଭିତରେ ସଂଘର୍ଷ । ନୋଏଡାରୁ ଆସିଥିବା ଏମିତି ଏକ ଖବର ଯାହା ଶୁଣିଲେ ଆପଣଙ୍କ ଆଖିରୁ ଆପେ ଆପେ ଲୁହ ଚାଲିଆସିବ । ଏମିତି ଏକ ସ୍ଥାନରେ ବସଟି ପାର୍କି ହୋଇଥିଲା ଯେଉଁଠାରେ ପିଲାଟି କାନ୍ଦି କାନ୍ଦି ତଣ୍ଟି ଶୁଖିଯାଇଥିଲା ହେଲେ କେହି ମଧ୍ୟ ଶୁଣିନଥିଲେ ।ସ୍କୁଲ ବସରେ ଘରକୁ ଫେରୁଥିଲା ବେଳେ ଛୁଆଟି ଶୋଇ ପଡ଼ିଥିଲେ । ଆଉ ବସରେ ଥିବା କର୍ମଚାରୀ ଭଲଭାବେ ନଦେଖି ଗାଡ଼ିକୁ ନେଇ ଏକ ଖୋଲା ପଡ଼ିଆରେ ପାର୍କିଂ କରି ଚାଲିଯାଇଥିଲେ । ଯାହାକୁ ନେଇ ପିଲାଟିର ମା ସୋସିଆଲ ମିଡିଆରେ ଏସମ୍ପର୍କରେ ସେୟାର କରିଛନ୍ତି । ଯାହାଦ୍ବାରା ସେ ଅନ୍ୟ ଅଭିଭାବକ ମାନଙ୍କୁ ଚେତାଇ ଦେଇଛନ୍ତି । ସେ ଲେଖିଛନ୍ତି କି, ମୁଁ ଜଣେ ଦୁଃଖୀ ମା’ । ମୁଁ ସକାଳେ ମୋ ଛୁଆକୁ ସ୍କୁଲ ବସରେ ଛାଡ଼ିଲି । ସେ ବେଶ ଖୁସିରେ ସ୍କୁଲ ଗଲା । ଆଉ ଯେତେବେଳେ ଗାଡ଼ି ଫେରିଲା ସେତେବେଳେ ମୁଁ ତାକୁ ପାଇନଥିଲି ।ଛାତ୍ରଙ୍କ ମା’ କହିଛନ୍ତି କି, ଆମେ ଯେତେବେଳେ ସ୍କୁଲକୁ ଫୋନ କଲୁ ସେ କହିଥିଲେ କି ଆପଣଙ୍କ ଛୁଆ ଆଜି ସ୍କୁଲ ଆସିନି । ସ୍କୁଲ ରେଜିଷ୍ଟରରେ ତାଙ୍କ ନମା ନାହିଁ । ଯାହା ଶୁଣିବା ପରେ ଆମ ମୁଣ୍ଡ ଖରାପ ହୋଇ ଯାଇଥିଲା । ଆମେ କହବା ପରେ ଜଣା ପଡ଼ିଥିଲା କି, ପିଲା ବସରେ ଯାଇଛି । ହେଲେ ସ୍କୁଲରେ କେମିତି ପହଞ୍ଚି ନାହିଁ । ସ୍କୁଲ ପକ୍ଷରୁ ମଧ୍ୟ କିଛି ଶୁଣିନଥିଲେ । ପରେ ଯେତେବେଳେ ହଙ୍ଗାମା ହୋଇଥିଲା ସେତେବେଳେ ସ୍କୁଲ ବସ ଚେକ୍ ହୋଇଥିଲା । ଆଉ ସ୍କୁଲ ବସଟି ୨୫ କିଲୋମିଟର ଦୂରରେ ପାର୍କିଂ ହୋଇଥିବା ଜଣାପଡ଼ିଥିଲା । ଆଉ ଗଲା ବେଳକୁ ପୁଅ କାନ୍ଦି କାନ୍ଦି ଶୋଇ ପଡ଼ିଥିଲା । ଦେଖିବା ପରେ ସମସ୍ତେ କାନ୍ଦି ପକାଇଥିଲେ । ଏଣୁ ସମସ୍ତ ଅଭିଭାବକଙ୍କୁ ମୁଁ ନିବେଦନ କରୁଛି କି, ପିଲା ସ୍କୁଲ ଠିକ ସମୟରେ ପହଞ୍ଚୁଛି କି ନାହିଁ ସବୁବେଳେ ଚେକ୍ କରନ୍ତୁ । ନହେଲେ ମୋ ଭଳି ହଇରାଣ ହେବେ।

error: Content is protected !!