April 27, 2026

Now Odisha

Now Odisha

ଜଟଣୀ ଆଶା ପ୍ଲେ ସ୍କୁଲର ୨୬ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ |

Spread the love

ଜଟଣୀ ଆଶା ପ୍ଲେ ସ୍କୁଲର ୨୬ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି | ଏହି ଆଶା ପ୍ଲେ ସ୍କୁଲ ଜଟଣୀ ହାରିଭାଇନା ଛକ ପେଟ୍ରୋଲ ପମ୍ପ ନିକଟସ୍ଥ ଡମୁଣେଇଁ ମନ୍ଦିର ତଥା ଉତ୍ତରାୟଣୀ ମନ୍ଦିର ନିକଟ ଜଟଣୀ ମୂଖ୍ୟ ରାସ୍ତା ପାର୍ଶ୍ଵରେ ଅବସ୍ଥିତ | ଏହି ପ୍ଲେ ସ୍କୁଲକୁ ଦୁଇ ହଜାର ମସିହାରେ ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଚକ୍ରଧର ଶତପଥୀ ପ୍ରତିଷ୍ଠା କରିଥଲେ ଓ ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗତ ପ୍ରଦୀପ୍ତ କୁମାର ଶତପଥୀ ଏହାର ସହ ପ୍ରତିଷ୍ଠାତା ଥିଲେ | ବର୍ତ୍ତମାନ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀମତୀ ବିଜୟିନୀ ଦାଶ ଏହି ଆଶା ପ୍ଲେ ସ୍କୁଲର ଅଧ୍ୟକ୍ଷା ଥିବା ବେଳେ ଡକ୍ଟର ଅଂଶୁମାନ ଶତପଥୀ ଏହି ସ୍କୁଲକୁ ପରିଚାଳନା କରୁଛନ୍ତି ଏବଂ ଚିନ୍ମୟୀ ଦାସ ସହଯୋଗ କରୁଛନ୍ତି | ଏହି ପ୍ଲେ ସ୍କୁଲରେ ଖେଳ ମାଧ୍ୟମରେ କୋମଳମତି ଶିଶୁ ମାନଙ୍କୁ ପାଠ ପଢା ଯାଇଥାଏ | ଆଶା ପ୍ଲେ ସ୍କୁଲରେ ବିଭିନ୍ନ ଅବସରରେ ବିଭିନ୍ନ ଉତ୍ସବ ପାଳନ ହୋଇଥାଏ | ସେହି କ୍ରମରେ ସ୍କୁଲ ପରିସରରେ ଛବିସ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ଜଟଣୀ ପୌର ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ଆରତୀ ରାଉତ, ରାଜ୍ୟ ଯୁବ ବିଜେଡ଼ି ଉପ ସଭାପତି ଅନନ୍ତ ଶତପଥୀ, ବରିଷ୍ଠ ଡାକ୍ତର କୃଷ୍ଣ କୁମାର ମହାନ୍ତି , ଅବସରପ୍ରାପ୍ତ ଶିକ୍ଷକ ତ୍ରିନାଥ ସାମନ୍ତରାୟ ଇତ୍ୟାଦି ବହୁ ମାନ୍ୟଗଣ୍ୟ ଅତିଥି ଓ ସୋନଲ ଶର୍ମା, ସୋନାଲିକା ପାଢ଼ୀ, ବର୍ଖା ଶ୍ରୀବାସ୍ତବ ଇତ୍ୟାଦି ବହୁ ଅଭିଭାବକ ଏବଂ ସ୍କୁଲର ସମସ୍ତ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ | ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯିବା ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନାଚ ଗୀତ ଓ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରା ଯାଇଥିଲା | ତେବେ ଆସନ୍ତୁ ଦେଖିବା ଏ ବାବଦରେ ଆମ ଜଟଣୀ ପ୍ରତିନିଧି ପ୍ରଦୀପ୍ତ କୁମାର ମାର୍ଥାଙ୍କ ସ୍ଵତନ୍ତ୍ର ଉପସ୍ଥାପନା |

error: Content is protected !!