February 28, 2026

Now Odisha

Now Odisha

ପାରାଦୀପ ର ବହୁଚର୍ଚ୍ଚିତ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଖୁଣ୍ଟିଆ ନିବାସ ରେ ଯୁବତୀ ମୃତ୍ୟୁ ଘଟଣା ର ହୋଇଛି ପର୍ଦାଫାଶ l

Spread the love

ପାରାଦୀପ ର ବହୁଚର୍ଚ୍ଚିତ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଖୁଣ୍ଟିଆ ନିବାସ ରେ ଯୁବତୀ ମୃତ୍ୟୁ ଘଟଣା ର ହୋଇଛି ପର୍ଦାଫାଶ l କଣ ରହିଥିଲା ସେହି କାଳରାତ୍ରି ର କରୁଣ କାହାଣୀ l ଯାହା ସମସ୍ତ ଙ୍କୁ ରଖିଥିଲା ରହସ୍ୟ ଘେରରେ l ରାହାମା ରୁ ଯୁବତୀ ଙ୍କୁ ଆଣି ଖୁଣ୍ଟିଆ ନିବାସ ରେ କିଭଳି ଷଡଯନ୍ତ୍ର ରଚିଥିଲା ବିହାରୀ ଯୁବକ l ଏହି ଜଘନ୍ୟ ହତ୍ୟାକାଣ୍ଡ ର ପର୍ଦାଫାଶ କରିବା ସହିତ ଅଭିଯୁକ୍ତ ବିହାରୀ ଯୁବକ କୁ ପୋଲିସ ପଠାଇଦେଇଛି ଜେଲ ର କାଳ କୋଠରୀ କୁ l ଘରୁ ଶାରଳା ଦର୍ଶନ କରିବାକୁ ଯାଇ ଅନେକ ଦିନ ଧରି ନିଜଠୁ ଅଧିକ ଭଲ ପାଉଥିବା ପ୍ରମିକ ସହିତ ସମୟ ବିତାଇବା ପରେ ଦୁଇଜଣଙ୍କ ମଧ୍ୟରେ ହୋଇଥିବା ଝଗଡା ରେ ଯୁବତୀ ର ଭୁଲ ନିଷ୍ପତ୍ତି ର କିଭଳି ଘଟିଥିଲା ପରିସମାପ୍ତି ଏହାର ସମ୍ପୂର୍ଣ ଗୁମର ଖୋଲିଛନ୍ତି ଜଗତସିଂହପୁର ଏସପି l ସୋମବାର ଦିନ ତିର୍ତୋଲ ନିକଟସ୍ଥ ମା ଶାରଳା ଙ୍କ ଦର୍ଶନ କରିବା ପାଇଁ କହି ଘରୁ ବାହାରିଥିଲେ ଯୁବତୀ, ରାସ୍ତାରେ ଅପେକ୍ଷା କରିଥିବା ପ୍ରେମିକ ସୋମନାଥ ଓଝା ସହିତ ବିଶେଷ ସମୟ କଟାଇବା ପରେ ବିବାହ ପାଇଁ ଉଭୟଙ୍କ ମଧ୍ୟରେ ହୋଇଥିବା ଝଗଡା କାରଣରୁ ଯୁବତୀ ଜଣକ ସୋମନାଥ କୁ ଛାଡି ରାହାମା ଠାରେ ଠିଆ ହୋଇଥିବା ସମୟରେ ବାଇକ ଯୋଗେ ପହଞ୍ଚିଥିଲେ ମୁଖ୍ୟ ଅଭିଯୁକ୍ତ ଶୁଭମ ସିଂ l ଶୁଭମ ସିଂ ର ମିଠା ମିଠା କଥା ମୋହରେ ଯୁବତୀ ପଡି ଶୁଭମ ସିଂ ସହିତ ପଡି ନିଜ ଆସିଥିଲେ ତାରିଣୀ ଗଡା ଖୁଣ୍ଟିଆ ନିବାସକୁ , ରାତ୍ରିରେ ଉଭୟ ଶୁଭମ ସିଂ ଓ ଯୁବତୀ ଜଣକ ସାଥିହୋଇ ଖାଇଥିଲେ l ପରେ ସମସ୍ତ ରୁମମେଟ ସୋଇପଡିଵା ପରେ ଯୁବତୀ ଙ୍କ ସହିତ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ ବିହାରୀ ଯୁବକ ଶୁଭମ ସିଂ l ପରେ ଏହି ଘଟଣା କାହାକୁ ନ କହିବା ପାଇଁ ଯୁବତୀ ଙ୍କୁ ତାଗିଦ କରିଥିଲେ, ହେଲେ ଯୁବତୀ ଏଥିରେ ରାଜି ନ ହେବାରୁ ଯୁବତୀ ଙ୍କୁ ଛାତ ଉପରକୁ ନେଇଯାଇଥିଲେ ଶୁଭମ ସିଂ l ଛାତ ଉପରେ ଦୁଇ ତିନିଘଣ୍ଟା କଣ ଘଟିଥିଲା ତାହା ସନ୍ଦେହ ଘେରରେ ରହିଥିବା ବେଳେ ଶେଷରେ ବଳାତ୍କାର କୁ ଲୁଚାଇବାକୁ ଯାଇ ଛାତ ତଳକୁ ଯୁବତୀକୁ ଠେଲିଦେବା ସହିତ ସମସ୍ତ ପ୍ରମାଣ କୁ ଲୁଚାଇବାକୁ ଚେଷ୍ଟା କରିଥିଲା ଶୁଭମ ସିଂ l ଯାହା ପୋଲିସ ର ନଜର ରେ ପଡିଯିବା ସହିତ ଅଭିଯୁକ୍ତ ବିହାରୀ ଯୁବକ ଶୁଭମ ସିଂ କୁ ବାନ୍ଧି ଜେଲ ହାଜତକୁ ପଠାଇ ଦେଇଛି ପୋଲିସ l ଯୁବତୀ ନ ମିଳିଵା କାରଣରୁ ଯୁବତୀ ର ଭାଇ ତିର୍ତୋଲ ଥାନାରେ କରିଥିଲେ ନିଖୋଜ ମାମଲା | ମାମଲାକୁ ଭିତ୍ତି କରି ପ୍ରେମିକ ସୋମନାଥ କୁ ପୋଲିସ ଅଟକ ରଖି ଜେରା କରିବା ପରେ ଦୀର୍ଘଦିନ ହେବ ସୋମନାଥ ଯୁବତୀ ସହିତ ଶାରୀରିକ ସମ୍ପର୍କ ରଖିବା ଏବଂ ତାର ମୋବାଇଲ ରେ ଅନେକ ଆପତ୍ତିଜନକ ତଥ୍ୟ ଦେଖିବା ପରେ ପ୍ରେମିକ ସୋମନାଥ ଓଝା ସହିତ ଅଭିଯୁକ୍ତ ଶୁଭମ ସିଂ ଙ୍କୁ ଗିରଫ କରି ଜେଲ କୁ ପଠାଇଵା ସହିତ ସମସ୍ତ ଘଟଣା ର ପର୍ଦାଫାଶ କରିଛନ୍ତି ଜଗତସିଂହପୁର ଏସପି l ଏହା ମଧ୍ୟରେ ଅନେକ କିଛି ଘଟଣା ଲୁକ୍କାୟିତ ଅବସ୍ଥାରେ ରହିଥିବା ବେଳେ ତାରିଣୀଗଡା ଖୁଣ୍ଟିଆ ନିବାସ ର ସେହି କାଳରାତ୍ରି ର କଳା କାରନାମା ସବୁଦିନ ପାଇଁ ରହିଯିବ ରହସ୍ୟ ଘେରରେ..

error: Content is protected !!