ପୁରୀ ଜିଲ୍ଲା ପିପିଲି ଏସଡିପିଓ ଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ବଳଙ୍ଗା ଥାନାରେ ଶୁକ୍ରବାର ଦିନ ” ଆମ ପୋଲିସ ବୈଠକ ଆନୁଷ୍ଠାନିକ ଭାବରେ ଅନୁଷ୍ଠିତ ହୋଇ ଯାଇ ଅଛି. ଏଥିରେପିପିଲି ଏସ ଡିପିଓ ଦେବାଶିଷ ମିଶ୍ର ଯୋଗ ଦେଇ ଥିବା ବେଳେ ବଳଙ୍ଗା ଥାନାର ପ୍ରଥମ ମହିଳା ଦକ୍ଷ ଆଇଆଇସି ସସ୍ମିତା ସାହୁ ଉପସ୍ଥିତ ରହି ଥିଲେ. ଉପସ୍ଥିତ ଥିବା ବୁଦ୍ଧି ଯିବି. ସମାଜସେବି.ବରିଷ୍ଠ ନାଗରିକ.ଥାନା ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତରୁ ଆସି ଥିବା ସରପଞ୍ଚ. ସମିତି ସଭ୍ୟ / ସଭ୍ୟା. ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ସଭାପତିତ୍ୱ କରି ବୈଠକ ଆରମ୍ଭ କରି ଥିଲେ ଥାନାର ଦକ୍ଷ ମହିଳା ଅଧିକାରିଣୀ.ଉପସ୍ଥିତ ଥିବା ଗୁରୁଜନ ମାନଙ୍କୁ ଭୃମିଷ୍ଟ ପ୍ରଣାମ ଜଣାଇ ନିଜ ବକ୍ତବ୍ୟ ପ୍ରଦାନ କରି କହି ଥିଲେ ପୋଲିସ ହେଉଛି ଜନସାଧାରଣ ମାନଙ୍କର ସେବକ. ସେବକ ହୋଇ ଅଂଚଳ ମାନଙ୍କରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା. ଅପରାଧୀ ଦମନ. ଚୋରା ମଦ ଉପରେ ରୋକ ଲଗାଇ କାର୍ଯ୍ୟାନୁଷ୍ଠାନ ନେବା. ଅଞ୍ଚଳରେ ହେଉ ଥିବା ସାଇବର କ୍ରାଇମକୁ ଗୁରୁତ୍ୱ ଦେବା. ଥାନାକୁ ଆସୁଥିବା ଅଭିଯୋଗ ଉପରେ ଗୁରୁତ୍ୱ ଦେବା. ଏବଂ ଜରୁରୀ କାଳୀନ ସେବା ଯୋଗାଇ ଦେବାରେ ପୋଲିସର ଦକ୍ଷତା ରହିଅଛି. ଏସବୁ ଉପରେ ଅଞ୍ଚଳର ଜନସାଧାରଣଙ୍କ ସମ୍ପୂର୍ଣ୍ଣ ସହଯୋଗ ଏବଂ ଭରସା ଆବଶ୍ୟକ ଅଟେ. ଯାହା ଜନସାଧାରଣ. ଗଣମାଧ୍ୟମ ପ୍ରତିନିଧି ଓ ପୋଲିସ ମିଳିତ ସହଯୋଗ ରହିଲେ ପ୍ରତ୍ୟେକ ସମସ୍ୟା ଯଥାଶୀଘ୍ର ସମାଧାନର ମାର୍ଗ ଦର୍ଶିକା ଅଟେ ବୋଲି ଥାନା ଅଧିକାରିଣୀ କହି ଛନ୍ତି. ଥାନା ଅଧିକାରିଣୀଙ୍କ ଏଭଳି ବକ୍ତବ୍ୟକୁ ନେଇ ବୈଠକରେ ଏକ ଭାଇଚାରା ଦେଖା ଦେଇ ଥିଲା ଏବଂ ଉପସ୍ଥିତ ଥିବା ସମସ୍ତ ବରିଷ୍ଠ ନାଗରିକ. ବୁଦ୍ଧି ଯିବି ଓ ଜନସାଧାରଣ ମାନେ ଥାନା ଅଧିକାରିଣୀଙ୍କୁ ଧନ୍ୟବାଦ ଦେଇ ଥିଲେ. ଅନ୍ୟ ପକ୍ଷରେ ଦୀର୍ଘ 7 ବର୍ଷ ଧରି ବଳଙ୍ଗା ଥାନାରେ ” ଆମ ପୋଲିସ ” କାର୍ଯ୍ୟକ୍ରମ ଠପ ହୋଇ ରହି ଥିବା ବେଳେ ଶ୍ରୀମତୀ ସାହୁ କାର୍ଯ୍ୟରେ ଯୋଗ ଦେବାରେ ବଳଙ୍ଗା ଥାନା ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରି ଅଛି.ଏହି କାର୍ଯ୍ୟ କ୍ରମକୁ ଥାନାର ସମସ୍ତ ଏସ ଆଇ. ଏ ଏସ ଆଇ. ହାବିଲଦାର. କନେଷ୍ଟ ବଳ. ହୋମ ଗାର୍ଡ ଏବଂ ଗୃହରଖି ମାନେ ସହଯୋଗ କରି ଥିଲେ. ବୈଠକ ଶେଷକୁ ଥାନା ଅଧିକାରିଣୀ ଧନ୍ୟବାଦ ଜଣାଇ ବୈଠକ ଶେଷ କରି ଥିଲେ.

More Stories
କଟକ ଜିଲ୍ଲାରେ ଅବକାରୀ ବିଭାଗର ଘନ ଘନ ଚଢ଼ାଉ, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ ।
ଗୋ-ମାଂସ ଜବତ ବେପାରୀ ଗିରଫ!
ଶେଷରେ ଜିତିଲା ସତ୍ୟ: ଅବକାରୀ ମାମଲାରେ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦୋଷରେ ଖଲାସ |