ଅନୁଗୋଳ ଜିଲ୍ଲା ଏନଟିପିସି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଗତକାଲି ସକାଳ ୭ ଟାରୁ ୧୦ବର୍ଷ ର ନାବାଳିକା ନିଖୋଜ ପରିବାର ପକ୍ଷରୁ ଥାନା ଅଭିଯୋଗ ହୋଇଥିବା ବେଳେ ଆଜି ଗାଁ ପାଖରେ ଘାସ ନଟିରୁ ନାବାଳିକାଙ୍କ ମୃତ ଦେହ ଉଧାର । ହତ୍ୟାକାଣ୍ଡ ହୋଇଥିବା ପାରିପାର୍ଶ୍ବିକ ସ୍ଥିତ ଏବଂ ପୋଲିସ ତଦନ୍ତ ରୁ ଏହା ହତ୍ୟା ବୋଲି ସୂଚନା ରହିଛି । ଘଟଣା ସ୍ଥଳରେ ଏନଟିପିସି ପୋଲିସ ପହଞ୍ଚି ଥିବା ବେଳେ ୩ଜଣଙ୍କୁ ବର୍ତ୍ତମାନ ଥାନାରେ ଅଟକ ରଖିଥିବା ଏନଟିପିସି ଆଇଆଇସି ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ପରିବାର ପକ୍ଷରୁ ସନ୍ଦେହ କରାଯାଉଥିବା ସାହିର ବିବାହିତ ଯୁବକ ଆଶିଷ ନାଏକ ଫେରାର ଥିବା ବେଳେ ଅଭିଯୋଗ କୁ ଭିତିକରି ପୋଲିସ ତାର ବଡ ଭାଇ ଓ ମା କୁ ଥାନାରେ ଅଟକ ରଖିଥିବା ଜଣାପଡିଛି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |