ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କକୁ ଶନିବାର ଆଉ ୯ଟି ଚିତା ଅଣାଯାଇଛି । ଦକ୍ଷିଣ ଆଫ୍ରିକୀୟ ଦେଶ ବୋତ୍ସୱାନାରୁ ୬ଟି ମାଈ ଏବଂ ୩ଟି ଅଣ୍ଡିରା ଚିତାକୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପ୍ରଥମେ ଗ୍ୱାଲିଅର ଅଣାଯାଇଥିଲା । ପରେ ହେଲିକପ୍ଟର ଜରିଆରେ କୁନୋ ନ୍ୟାସନାଲ ପାର୍କରେ ପହଞ୍ଚା ଯାଇଥିଲା ।
ସମସ୍ତ ୯ ଚିତାକୁ ଆଗାମୀ ମାସେ ଯାଏ ବିଶେଷ କ୍ୱାରେଣ୍ଟାଇନ୍ ୱାର୍ଡରେ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ଅନୁଧ୍ୟାନରେ ରଖାଯିବ ।
୩ଟି ଭିନ୍ନ ଭିନ୍ନ ଦେଶର ଚିତା ଏକାଠି ରହିବା ଏହି ପ୍ରକଳ୍ପର ଦୀର୍ଘମିଆଦୀ ସଫଳତା ଲାଗି ନିର୍ଣ୍ଣାୟକ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । ଏଥିସହ କୁନୋରେ ଏବେ ଚିତା ସଂଖ୍ୟା ୩୬ରୁ ବଢ଼ି ୪୫ ହୋଇଛି । ଗାନ୍ଧୀ ସାଗର ଅଭୟାରଣ୍ୟରେ ଥିବା ୩ ଚିତାଙ୍କୁ ମିଶାଇ ଦେଶରେ ଚିତାସଂଖ୍ୟା ୪୮ ହୋଇଛି ।
ବିଶେଷଜ୍ଞମାନଙ୍କ ଅନୁସାରେ, ଏହି ପର୍ଯ୍ୟାୟରେ ଅଧିକ ମାଈ ଚିତାଙ୍କୁ ଅଣାଯିବା ଦ୍ୱାରା କୁନୋରେ ଲିଙ୍ଗାନୁପାତ ଉନ୍ନତ ହେବ । ଏଥିଯୋଗୁ ସେଠାରେ ଜେନେଟିକ୍ ବିବିଧତା ମଧ୍ୟ ମଜଭୁତ ହେବ ।

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “