ପରଜଙ୍ଗ:(ନିର୍ମଳ ଗଡ଼ ନାୟକ )ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ରାଧାକୃଷ୍ଣ ଜୀୟୁ ଉଚ୍ଚ ବିଦ୍ୟାପୀଠର ହିନ୍ଦୀ ଶିକ୍ଷକ ଚିତ୍ତ ରଞ୍ଜନ ସାହୁ ଶନିବାର ଦିନ ନିଜର ଚାକିରୀ କ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି । ଶ୍ରୀ ସାହୁ ୧୯୯୨ ମସିହା ଡିସେମ୍ବର ୧ ତାରିଖରେ ଶିକ୍ଷକତା ଜୀବନ ଆରମ୍ଭ କରି ଦୀର୍ଘ ୩୪ ବର୍ଷ ଧରି ଉକ୍ତ ବିଦ୍ୟାଳୟରେ ଶିକ୍ଷକତା କରି ୨୦୨୬ ମସିହା ଫେବୃଆରୀ ୨୮ ତାରିଖ ଶନିବାର ଦିନ ଚାକିରୀ କ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୁମୁଦିନୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ପ୍ରଜ୍ବଳନ କରି ଛାତ୍ରୀ ମାନେ ସମବେତ ସଙ୍ଗୀତ ପରିବେଷଣ କରିଥିଲେ । ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବିଦାୟୀ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଓଷ୍ଠା ସଂଘ ସଭାପତି କୁନୁଆଁ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଓଷ୍ଠା ସଙ୍ଘ ସମ୍ପାଦକ ଅଶ୍ୱିନୀ କୁମାର ପଣ୍ଡା , କଙ୍କିଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ତରଣି କୁମାର ସିଂହ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହଟ୍ଟ କିଶୋର ବିଶ୍ଵାଳ ,ବିଦ୍ୟାଳୟ ପଞ୍ଚ ସଖା ଶିକ୍ଷା ସେତୁ ସଭାପତି ହିମାଂଶୁ ଭୁଷଣ ସାହୁ , ବିଦ୍ୟାଳୟ ପିଟିଏ ସଭାନେତ୍ରୀ ସାଗାରିକା ସାହୁ , ପଞ୍ଚାୟତର ପୂର୍ବତନ ସରପଞ୍ଚ ଦମୟନ୍ତୀ ବିଶ୍ଵାଳ , ପ୍ରାକ୍ତନ ଖେଳ ଶିକ୍ଷକ ଭଗବାନ ସାହୁ ,ପଞ୍ଚାୟତ ସରପଞ୍ଚ ପ୍ରମିଳା ସାହୁ , ଗ୍ରାମର ଅନ୍ତର୍ଯ୍ୟାମୀ ସାହୁ ,ବୟୋଜ୍ୟେଷ୍ଠ ପଠାଣି ବିଶ୍ବାଳ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।ବିଦ୍ୟାଳୟର ଛାତ୍ର ଛାତ୍ରୀ,ପୁରାତନ ଛାତ୍ର ଛାତ୍ରୀ,ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଓଷ୍ଠା ସଂଘର ସଭାପତି, ସମ୍ପାଦକ ବିଦାୟୀ ଶ୍ରୀ ସାହୁଙ୍କ ଉଦ୍ଦେଶ୍ୟରେ ଭାବବିହ୍ୱଳ କଣ୍ଠରେ ଗୁଣଗାନ କରିଥିଲେ । ଶ୍ରୀ ସାହୁ ଚାକିରୀ କ୍ଷେତ୍ରରୁ ଅବସର ଗ୍ରହଣ କରିଥିବା ବେଳେ କିପରି ଅବଶିଷ୍ଟ ଜୀବନ ସୁଖ ଶାନ୍ତି କଟିବ ସେଥି ପାଇଁ ବକ୍ତା ମାନେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଜଣାଇଥିଲେ । ଏହାପରେ ଓଷ୍ଠା ସଙ୍ଘ ଓ ବିଦ୍ୟାଳୟ ପକ୍ଷରୁ ମାନପତ୍ର ସହ ଉପହାର ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ଓ ବର୍ତ୍ତମାନ ଅଧ୍ୟୟନ କରୁଥିବା ଛାତ୍ର ମାନେ ବିଦାୟୀ ଶ୍ରୀ ସାହୁଙ୍କୁ ଉପହାର ଦେଇ ସମ୍ମାନୀତ କରିଥିଲେ । ପରିଶେଷରେ କେକ୍ କାଟି ସେଲିବ୍ରେଶନ କରି ବିଦାୟୀ ଶ୍ରୀ ସାହୁଙ୍କୁ ଖୁସି ମନାଇଥିଲେ । ସମସ୍ତେ ମଧ୍ୟାହ୍ନ ଭୋଜନ ବିରତି ପରେ ବିଦାୟୀ ଶ୍ରୀ ସାହୁଙ୍କୁ ସାଥିରେ ନେଇ ଗାଁ ପରିକ୍ରମା କରିଥିଲେ । ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଦୁଃଶାସନ ବେହେରା ଅତିଥି ପରିଚୟ ଦେଇ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଶିକ୍ଷକ ବିଦ୍ୟାଧର ବିଶ୍ଵାଳ , ତ୍ରିଲୋଚନ ସାହୁ,ଗଦାଧର ପ୍ରଧାନ , ଈଶ୍ୱର ଚନ୍ଦ୍ର ମାଝୀ ,ମନ୍ମଥ କୁମାର ସାହୁ , ଲଳିତ କୁମାର ପ୍ରଧାନ , ସୁରେଶ ଚନ୍ଦ୍ର ସାହୁ ,ଦୁଷ୍ମନ୍ତ କୁମାର ସାହୁ ,ନିରାକାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ପରିଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

More Stories
ଜଟଣୀ ଆଶା ପ୍ଲେ ସ୍କୁଲର ୨୬ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ |
ବିଲ୍ ତେରୁଆ କ୍ରିକେଟ୍ ଧମାକା ଟ୍ରଫିର ଉଦଯାପନୀ ଉତ୍ସବ।
ଭଙ୍ଗା ଛାତ ତଳେ ଦେଶର ଭବିଷ୍ୟତ |