ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ପାଳିତ


ଯାଜପୁର ( ପ୍ରଦ୍ୟୁମ୍ନ କୁମାର ଓଝା ) – ଯାଜପୁର ଜିଲ୍ଲା ବଡ଼ଚଣା ସରକାରୀ ଉଚ୍ଚ ବିଦ୍ୟାଳୟ, ଖଇରା ଠାରେ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି I ଉତ୍ସବର ପ୍ରାରମ୍ଭରେ ମୁଖ୍ୟ ଅତିଥି ପୂର୍ବତନ କୃଷି ରାଷ୍ଟ୍ରମନ୍ତ୍ରୀ ତଥା ବିଧାୟକ ଆମର ପ୍ରସାଦ ଶତପଥୀ ସ୍କୁଲ ପରିସରରେ ଥିବା ଅଗ୍ରପୂଜ୍ୟ ଗଜାନନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ I ଏହି ଅବସରରେ ସ୍କୁଲର ମୁଖପତ୍ର ସ୍ରୋତସ୍ୱିନୀକୁ ଅନାବରଣ କରିଥିଲେ I ପରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ I ପ୍ରଧାନ ଶିକ୍ଷକ ସ୍ମୃତି ରଞ୍ଜନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବର ସଭାରେ ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟ ଅତିଥି, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ସମ୍ମାନିତ ଅତିଥି, ଅନ୍ୟତମ ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ମୁଖ୍ୟ ବକ୍ତା ବ୍ଲକ ଉପାଧ୍ୟାକ୍ଷ ବିଭାସ ଚନ୍ଦ୍ର ନନ୍ଦ, ଅନ୍ୟତମ ଅତିଥି ବ୍ଲକ ଶିକ୍ଷାଧିକାରୀଣୀ ସବିତା ସାହୁ, ଜିଲ୍ଲାପରିଷଦ ସଭ୍ୟ ଯତୀନ୍ଦ୍ର ନାୟକ, ଖଇରା ସରପଞ୍ଚ ସଂଯୁକ୍ତା ମଲିକ, ଖଇରା ସମିତିସଭ୍ୟା ରଶ୍ମିତା ମଲିକ,ସ୍କୁଲ ପରିଚାଳନା କମିଟି ସଭାପତି ହେମନ୍ତ ସାମଲ,ମୋ ସ୍କୁଲ ଅଭିଯାନ ସଭାପତି ସୁଧୀର ବରାଳ,ବଡ଼ଚଣା ସମିତିସଭ୍ୟ ମଧୁସୂଦନ ବଳ ଯୋଗ ଦେଇ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ I ଉତ୍ସବର ପ୍ରାରମ୍ଭରେ ଅତିଥିଙ୍କୁ ପୁଷ୍ପଗୁଛ, ପରେ ପ୍ରାରମ୍ଭିକ ସଂଗୀତ ଓ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରାଯାଇଥିଲା I ଶିକ୍ଷୟତ୍ରୀ ନମିତା ସାହୁ କବିତା ମାଧ୍ୟମରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ମାମିନା ଅନୁରଞ୍ଜନୀ ବାର୍ଷିକ ବିବରଣୀ ପାଠ କରିଥିଲେ I କ୍ରୀଡା ଶିକ୍ଷକ ଶୈଳେଶ ମିଶ୍ର, ସୁଜାତା ଆଚାର୍ଯ୍ୟ, ଝରଣା ବରାଳ, ନିହାରିକା ଦାଶ, ବିକାଶ ମହାପାତ୍ର, ବିଭୁଦତ୍ତ ନାୟକ , ଦିପ୍ତିମୟୀ ରାଉତ, ଅରୁଣା ଦାଶ, ପ୍ରଭାସିନୀ ନାୟକ, ମମତା ଖୁଣ୍ଟିଆ, ଜୟଶ୍ରୀ ସାହୁ, ରଶ୍ମିତା ସାହୁଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା, କର୍ମଚାରୀ ଓ ପରିଚାଳନା କମିଟି ସଭ୍ୟ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ I ପ୍ରଥମ ପର୍ଯ୍ୟାୟରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଆଶାଲତା ମହାନ୍ତିଙ୍କ ଦ୍ୱାରା ନୂତନ ଭାବେ ନିର୍ମିତ ଷ୍ଟେଜ ଉଦଘାଟନ କରାଯାଇଥିଲା ।ଶେଷରେ ବାର୍ଷିକ କ୍ରୀଡା ଉତ୍ସବର ବିଭିନ୍ନ କ୍ରୀଡ଼ାରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇ ସଭା ସାଙ୍ଗ କରାଯାଇଥିଲା I


error: Content is protected !!