March 12, 2026

Now Odisha

Now Odisha

ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନ ରାଷ୍ଟ୍ରପତି ଅଲି ଖାମେନିଙ୍କ ହତ୍ୟାକୁ ବରଦାସ୍ତ କରନ୍ତୁ ନାହିଁ !

Spread the love

ବିଶ୍ୱର ଏକ ନମ୍ବର ସାମ୍ରାଜ୍ୟବାଦୀ ଆତଙ୍କବାଦୀ ରାଷ୍ଟ୍ର ଆମେରିକା ଏବଂ ନରସଂହାର କରୁଥିବା ଜିଓନିଷ୍ଟ ଇସ୍ରାଏଲ ଦ୍ୱାରା ଗତକାଲି ଇରାନ ଉପରେ ହୋଇଥିବା ଆକ୍ରମଣ ଏବଂ ରାଷ୍ଟ୍ରପତି ଅଲି ଖାମେନିଙ୍କ ହତ୍ୟାକୁ ଟ୍ରେଡ୍ ୟୁନିୟନ ସେଣ୍ଟର ଅଫ୍ ଇଣ୍ଡିଆ (ଟିୟୁସିଆଇ) କେନ୍ଦ୍ରୀୟ କମିଟି ପକ୍ଷରୁ ତୀବ୍ର ନିନ୍ଦା କରିଛି। ସେହିଭଳି ଆତଙ୍କବାଦୀ ଟ୍ରମ୍ପ ଏବଂ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଶାସନ ସହିତ ହୋଇଥିବା ସମସ୍ତ ବାଣିଜ୍ୟ ଏବଂ ସାମରିକ ଚୁକ୍ତିନାମାକୁ ତୁରନ୍ତ ଆମ ସରକାର ବାତିଲ କରିବା ଉଚିତ୍। ଯୁଦ୍ଧଖୋର ପ୍ରବୃତ୍ତି ଏବଂ ବିଶ୍ୱ ଆତଙ୍କବାଦର ମୁଖ୍ୟ ଚାଳକ ଶକ୍ତି ଆମେରିକାର ସମସ୍ତ ବନ୍ଧୁତା ଭାରତ ସରକାର ପରିତ୍ୟାଗ କରିବା ଉଚିତ୍। ଟିୟୁସିଆଇ ଦାବି କରୁଛି ଯେ ଭାରତର ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘ ସଂଗଠନ ମାଧ୍ୟମରେ ଶାନ୍ତି ଆଲୋଚନାରେ ଯୋଗଦିଅନ୍ତୁ।
ଆମେରିକାର ସାମ୍ରାଜ୍ୟବାଦ ବିଶ୍ୱର ସମସ୍ତ ସମ୍ପତ୍ତି ଓ ବଜାର ଉପରେ ପ୍ରାଧାନ୍ୟ ବିସ୍ତାର କରିବା ଲକ୍ଷ୍ୟରେ ଏ ପର୍ଯ୍ୟନ୍ତ ଅସଂଖ୍ୟ ସାର୍ବଭୌମ ଦେଶ ଉପରେ ଆକ୍ରମଣ କରି ସେଠାର ନିର୍ବାଚିତ ସରକାରକୁ ଗାଦିଚ୍ୟୁତ କରିଛି କିମ୍ବା ସେହି ଦେଶର ରାଷ୍ଟ୍ରପତିଙ୍କୁ ହତ୍ୟା କରିଛି। ଗଣତନ୍ତ୍ର ପ୍ରତିଷ୍ଠା ନାମରେ ଇରାକ, ଆଫଗାନିସ୍ତାନ, ଲିବିୟା, ସିରିଆ, ଭେନେଜୁଏଲା ଏବଂ ବର୍ତ୍ତମାନ ଇରାନ ଉପରେ ସାମ୍ରାଜ୍ୟବାଦ ଆକ୍ରମଣ ଜାରି ରଖିଛି।
ଏହି ଦେଶର ସରକାର ଏବଂ ନାଗରିକମାନେ ଏହି ଆକ୍ରମଣର ପ୍ରତିଶୋଧ ନେବା ଉଚିତ୍। ବିଶ୍ୱର ସମସ୍ତ ଦେଶର ଶ୍ରମିକ ଶ୍ରେଣୀ, ବିଶେଷ କରି ଆମେରିକାର ଲୋକଙ୍କୁ ଏହି ଯୁଦ୍ଧ ବିରୁଦ୍ଧରେ ଛିଡା ହେବା ଆବଶ୍ୟକ। ଟିୟୁସିଆଇ କେନ୍ଦ୍ରୀୟ କମିଟି ଏତଦ୍ୱାରା ଆନ୍ତର୍ଜାତୀୟ ସମ୍ପ୍ରଦାୟକୁ ନିବେଦନ କରୁଛି ଯେ ଶୋଷିତ ତଥା ନିର୍ଯ୍ୟାତିତ ଦେଶଗୁଡିକ, ବିଶେଷକରି ମୁସଲମାନ ନାଗରିକଙ୍କ ପାଇଁ ଆନ୍ତର୍ଜାତୀୟ ସମର୍ଥନ ଘୋଷଣା କରନ୍ତୁ।

error: Content is protected !!